ଅଭିନେତା ଅର୍ଜୁନ ରାମପାଲ ପୁନର୍ବାର ବାପା ହୋଇଛନ୍ତି
ମୁମ୍ବାଇ: ଅଭିନେତା ଅର୍ଜୁନ ରାମପାଲ ୪ର୍ଥ ଥର ପାଇଁ ବାପା ହୋଇଛନ୍ତି। ତାଙ୍କ ପ୍ରେମିକା ଗେବ୍ରିଏଲା ଡେମୋଟ୍ରିଏଡସ ଦ୍ବିତୀୟ ସନ୍ତାନକୁ ଜନ୍ମ ଦେଇଛନ୍ତି। ଗେବ୍ରିଏଲାଙ୍କର ପୂର୍ବରୁ ଏକ ପୁତ୍ର ସନ୍ତାନ ଥିବା ବେଳେ ସେ ନିଜର ଦ୍ବିତୀୟ ପୁଅକୁ ଜନ୍ମ ଦେଇଛନ୍ତି। ଅଜୁର୍ନଙ୍କ ପୂର୍ବ ପତ୍ନୀ ମେହେର ଜେସିଆଙ୍କଠାରୁ ଦୁଇ ଝିଅ ଅଛନ୍ତି।ଅର୍ଜୁନ ୪ର୍ଥ ଥର ବାପା ହେବା ପରେ ତାଙ୍କ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟ୍ରେ ଏହି ଖବରକୁ ସେୟାର୍ କରିଛନ୍ତି। ସେ ତାଙ୍କ ଇନ୍ଷ୍ଟା ପୋଷ୍ଟ୍ରେ ଲେଖିଛନ୍ତି, ‘‘ମୁଁ ଓ ମୋ ପରିବାର ଆଜି ଏକ ସୁନ୍ଦର ଶିଶୁପୁତ୍ର ଆଶୀର୍ବାଦ ପ୍ରାପ୍ତ ହୋଇଛୁ। ମା ଏବଂ ପୁଅ ଦୁହେଁ ସୁସ୍ଥ ଭଲ ଅଛନ୍ତି। ଡାକ୍ତର ଏବଂ ନର୍ସମାନଙ୍କର ଦଳକୁ ଧନ୍ୟବାଦ। ଆପଣମାନଙ୍କ ଭଲପାଇବା ଏବଂ ସମର୍ଥନ ପାଇଁ ଧନ୍ୟବାଦ।’’