ବଲିଉଡ ଅଭିନେତ୍ରୀ ତଥା ବିଶ୍ବସୁନ୍ଦରୀ ଏଶ୍ବର୍ଯ୍ୟା ରାୟଙ୍କର ଆଜି ହେଉଛି ଜନ୍ମଦିନ। ସେ ଆଜି ୫୦ବର୍ଷରେ ପଦାର୍ପଣ କରିଛନ୍ତି। ବଚ୍ଚନ ପରିବାରର ବୋହୂ ୧୯୯୪ ମସିହାରେ ମିସ ଓ୍ବାର୍ଲଡର ମୁକୁଟ ଜିତିଥିଲେ। ଏହାପରେ ତାଙ୍କ ଜୀବନରେ ଆସିଥିଲା ଟ୍ବିଷ୍ଟ। ତାଙ୍କୁ ଅନେକ ଆଡୁ କାମ ପାଇଁ ବହୁ ଅଫର ଆସିଥିଲା। ବର୍ତ୍ତମାନ ସେ ବଲିଉଡର ନାମୀଦାମୀ ହିରୋଇନଙ୍କ ମଧ୍ୟରୁ ଜଣେ। ଐଶ୍ବର୍ଯ୍ୟା ରାୟଙ୍କ ପର୍ସନାଲ ଲାଇଫ ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ବି-ଟାଉନର ସବୁଠାରୁ ଧନୀ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ। ୧୯୭୩ ମସିହା ନଭେମ୍ବର ୧ରେ କର୍ଣ୍ଣାଟକର ମାଙ୍ଗାଲୋରରେ ଜନ୍ମଗ୍ରହଣ କରିଥିଲେ ଐଶ। ମଣିରତ୍ନମଙ୍କ ଫିଲ୍ମ `ଇରୁଭର’ ସହିତ ଅଭିନୟ ଜୀବନ ଆରମ୍ଭ କରିଥିଲେ। ଏହପରେ ଫିଲ୍ମ ଔର ପ୍ୟାର ହୋ ଗୟା’ ସହିତ ବଲିଉଡ ଡେବ୍ୟୁ କରିଥିଲେ। ତେବେ ଫିଲ୍ମଟି ଏତେ ହିଟ ହୋଇ ନ ଥିଲା। କିନ୍ତୁ ଫିଲ୍ମର ଗୀତ ଥିଲ ବଡ଼ ଜବରଦସ୍ତ। ୧୯୯୯ ମସିହାରେ ହମ ଦିଲ ଦେ ଚୁକେ ସମନ ଫିଲ୍ମ ସହିତ ଐଶ୍ବର୍ଯ୍ୟା ବଲିଉଡରେ ତାଙ୍କର ପ୍ରକୃତ ସଫଳତା ପାଇଥିଲେ। ଏହାପରେ ଗୋଟିଏ ପରେ ଗୋଟିଏ ହିଟ ଫିଲ୍ମ ଦେଇଥିଲେ ଐଶ। ଧୀରେ ଧୀରେ ସଫଳତାର ସୀଡ଼ି ମଧ୍ୟ ଚଢ଼ି ଚାଲିଲେ। ସେହିପରି ସୁଭାଷ ଘାଇଙ୍କ `ତାଲ’ ମୁଭିର ସଙ୍ଗ ତାଲ ସେ ତାଲ ମିଲା ଏବେବି ସୁପରହିଟ। ଏବେବି ଐଶଙ୍କ ଡ୍ୟାନ୍ସର ଲୋକେ ଦିଓ୍ବାନା। `ଦେବଦାସ’ ମୁଭିରେ ଏଶ୍ବର୍ଯ୍ୟା ପାରେ କ୍ୟାରେକ୍ଟର ପ୍ଲେ କରିଥିଲେ। ଆକ୍ଟିଂ ଥିଲା ଜବରଦସ୍ତ। ଶାହାରୁଖଙ୍କ ସହ ଐଶଙ୍କ କେମେଷ୍ଟ୍ରି ଥିଲା ଏକଦମ ରୋଙ୍ଗଟେ ଖଡେ ହୋନେ ବାଲା ପର୍ଫମାନ୍ସ। ଏହି କାରଣରୁ ଐଶ୍ବର୍ଯ୍ୟାଙ୍କୁ ବଲିଉଡର ସବୁଠାରୁ ଦାମୀ ଅଭିନେତ୍ରୀ ଲିଷ୍ଟରେ ସାମିଲ କରାଯାଇଛି।
Trending
- ପୁଷ୍କରା’କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର
- ୨୦ ହଜାର ମହିଳା ଘେରିବେ ବିଧାନସଭା
- ଓଡ଼ିଶା ସମେତ ସମେତ ୬ଟି ରାଜ୍ୟର ୪ଟି ଗୁରୁତ୍ୱପୂର୍ଣ୍ଣ ରେଳ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ
- ପ୍ରଧାନମନ୍ତ୍ରୀ ବାରାଣସୀରେ ପ୍ରାୟ ୨୨୦୦ କୋଟି ଟଙ୍କାର ଅନେକ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିବେ
- ପୁରୀ ଶରଧାବାଲି ଦଳଚକଟା ଘଟଣା , ମୁଖ୍ୟମନ୍ତ୍ରୀଙ୍କୁ ତଦନ୍ତ ରିପୋର୍ଟ ଦେଲେ ଉନ୍ନୟନ କମିଶନର
- ସୁଭଦ୍ରା ଯୋଜନାରୁ ବାଦ୍ ପଡ଼ିଥିବା ୨ ଲକ୍ଷ ମହିଳାଙ୍କୁ ଆଉ ପୁନର୍ବାର ଆବେଦନ କରିବାକୁ ପଡ଼ିବ ନାହିଁ
- ନରେନ୍ଦ୍ର ମୋଦୀଙ୍କ କ୍ୟାବିନେଟର 6 ଟି ବୈଠକରେ ବଡ଼ ନିଷ୍ପତ୍ତି
- ଆସନ୍ତା କାଲି ଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ
- ବଢିଲା ବିଜେଡି ନେତାଙ୍କ ଅଡୁଆ, ପ୍ରୀତିରଞ୍ଜନ ଘଡେଇ ଙ୍କ ନାଁରେ ଏତଲା
- ଆଣ୍ଡାମାନ ଓ ନିକୋବର ଦ୍ଵୀପପୁଞ୍ଜରେ ଭୂକମ୍ପ ଝଟକା
Prev Post
Next Post