ସୋନାକ୍ଷୀଙ୍କୁ ସମ୍ପତ୍ତିରୁ ବେଦଖଲ କଲେ ଶତ୍ରୁଘ୍ନ ସିହ୍ନା

ସୋନାକ୍ଷୀଙ୍କୁ ସମ୍ପତ୍ତିରୁ ବେଦଖଲ କଲେ ଶତ୍ରୁଘ୍ନ ସିହ୍ନା

ମେଟ୍ରୋ ଟିଭି ଓଡିଶା,୨୪/୧ : ସୋନାକ୍ଷୀ ନିଜର ଦମଦାର ଆକ୍ଟିଂ ଜରିଆରେ ବଲିଉଡରେ ନିଜର ଏକ ସ୍ଥାନ ସୃଷ୍ଟି କରିପାରିଛନ୍ତି । ନିକଟରେ ଭାଇରାଲ ହୋଇଥିଲା ସୋନାକ୍ଷୀ ବିବାହ କରିବେ ସଲମାନ ଖାନ୍‌ ପରିବାରରେ । ଏହି ଖବର ପାଇଁ ସେ ବେଶ୍ ଚର୍ଚ୍ଚାରେ ମଧ୍ୟ ଥିଲେ । କିନ୍ତୁ ଏହି ବିବାହରେ ଖସୁ ନାହାନ୍ତି ତାଙ୍କ ବାପା ଶତ୍ରୁଘ୍ନ ସିହ୍ନା । ଏହି ବିବାହ କାରଣରୁ ବାପ ଝିଅଙ୍କ ମଧ୍ୟରେ ମନୋମାଳିନ୍ୟ ମଧ୍ୟ ହୋଇଛି । ସୋନାକ୍ଷୀଙ୍କ ବାପା ତଥା ବଲିଉଡ ଜଗତର ଅଭିନେତା ଶତ୍ରୁଘ୍ନ ସିହ୍ନା ଏକ ବୟାନରେ କହିଛନ୍ତି ଯେ, ତାଙ୍କର ବହୁ କୋଟି ସମ୍ପତ୍ତିରୁ ସୋନାକ୍ଷୀଙ୍କୁ କୌଣସି ଭାଗ ମିଳିବ ନାହିଁ । ତାଙ୍କୁ ସମ୍ପତ୍ତିରୁ ବେଦଖଲ କରିବାକୁ ନିଷ୍ପତ୍ତି ନେଇଛନ୍ତି ଶତ୍ରୁଘ୍ନ ସିହ୍ନା । ଶତ୍ରୁଘ୍ନ ସିହ୍ନାଙ୍କ ଏପରି କଠୋର ନିଷ୍ପତ୍ତି ପଛର କାରଣ ହେଉଛି ସୋନାକ୍ଷୀଙ୍କ ବିବାହ ।

କାରଣ ଝିଅ ସୋନାକ୍ଷୀ ଜଣେ ମୁସଲମାନ୍ ପୁଅକୁ ବିବାହ କରିବାକୁ ଚାହୁଁଛନ୍ତି । କିଛି ଦିନ ହେବ ସୋନାକ୍ଷୀଙ୍କ ବିବାହକୁ ନେଇ ବଲିଉଡରେ ଖୁବ ଆଲୋଚନା ହେଉଛି । କିନ୍ତୁ ଏ ସମ୍ପର୍କରେ ସୋନାକ୍ଷୀ ଔପଚାରିକ ଭାବେ କିଛି କହିନାହାଁନ୍ତି । ହେଲେ ଏହାକୁ ନେଇ ତାଙ୍କ ପରିବାର ମଧ୍ୟରେ ମନାନ୍ତର ଦେଖିବାକୁ ମିଳିଛି । ଏକ ସାକ୍ଷାତକାରରେ ଯୋଗ ଦେବାକୁ ଯାଇ ଶତ୍ରୁଘ୍ନ ସିହ୍ନା କହିଛନ୍ତି ବଲିଉଡରେ ଅଭିନୟ ମାଧ୍ୟମରେ ସୋନାକ୍ଷୀ ଉଭୟ ଅର୍ଥ ଓ ପ୍ରସିଦ୍ଧି ପାଇଛନ୍ତି । ତେଣୁ ତାଙ୍କ ପାଖରେ ଆଉ କିଛି ଅଭାବ ନାହିଁ । ହେଲେ ତାଙ୍କୁ ବାପାଙ୍କ ପୈତୃକ ସମ୍ପତ୍ତିରୁ କିଛି ଭାଗ ମିଳିବ ନାହିଁ । ଅନ୍ୟପଟେ ଏହି ସମ୍ପତ୍ତିର ମାଲିକ ତାଙ୍କର ଦୁଇ ପୁଅ ଲବ ଓ କୁଶ ହେବେ ବୋଲି ଶତ୍ରୁଘ୍ନ କହିଛନ୍ତି ।ଶତ୍ରୁଘ୍ନଙ୍କର ଏହି ବୟାନ ଶୁଣିବା ପରେ ସୋନାକ୍ଷୀଙ୍କ ପ୍ରଶଂସକ ଆଶ୍ଚର୍ଯ୍ୟ ହୋଇଛନ୍ତି । ସୋନାକ୍ଷୀ ଆଗାମୀ ଦିନରେ ଫିଲ୍ମ ଶିଭମରେ ନଜର ଆସିବେ । ଏହାକୁ ନେଇ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ଥିବାବେଳେ ତାଙ୍କ ବାପାଙ୍କ ବୟାନ ଏବେ ଚର୍ଚ୍ଚାରେ ରହିଛି ।