ଲୋକପ୍ରିୟ ସିଙ୍ଗରଙ୍କ ମଧ୍ୟରୁ ସୁନିଧି ଚୌହାନଙ୍କୁ ନେଇ ଏକ ଖବର ସାମ୍ନାକୁ ଆସିଛି । ଯାହାକୁ ଶୁଣି ଆପଣ ବି ରାଗିଯିବେ । ଡେହରାଡୁନର ଏକ କଲେଜରେ ସେ ଗୀତ ଗାଉଥିବା ବେଳେ ଭିଡ ମଧ୍ୟରୁ କିଏ ଜଣେ ବୋତଲ ପକାଇଛନ୍ତି । ଯାହା ପରେ ସେ ଗୀତ ଗାଉ ଗାଉ ଅଟକି ଯାଇଛନ୍ତି । ଏହାପରେ ସୁନିଧି ସେହି ବୋତଲ ଫିଙ୍ଗିଥିବା ଲୋକକୁ ଜବାବ ଦେଇଛନ୍ତି । ଏହି ଘଟଣା ବର୍ତ୍ତମାନ ଖୁବ ଜୋରରେ ଭାଇରାଲ ହେବାରେ ଲାଗିଛି ।ଏହି ଭାଇରାଲ ଭିଡିଓରେ ସୁନିଧି ଚୌହାନଙ୍କୁ କନସର୍ଟରେ ନିଜ ହିଟ ସଙ୍ଗ୍ ଗାଉଥିବା ଦେଖାଯାଉଛି । ଯେପରି ସେ ଷ୍ଟେଜ ମଝିରେ ଠିଆ ହୋଇଛନ୍ତି ତାଙ୍କ ଉପରକୁ ଏକ ବୋତଲ କିଏ ଜଣେ ଫିଙ୍ଗିଛନ୍ତି । ଯାହା ସିଧାସଳଖ ତାଙ୍କ ହାତରେ ଲାଗିଛି ଏବଂ ସେ ଆଶ୍ଚର୍ଯ୍ୟ ହୋଇ ଚୁପ ହୋଇଯାଇଛନ୍ତି । ସିଙ୍ଗର ଜଣକ ସେହି ବ୍ୟକ୍ତିଙ୍କୁ ଉତ୍ତର ଦେଇ କହିଛନ୍ତି, ହାୟ.. ମାର ଗଏ.. । ଆଗକୁ ସିଙ୍ଗର ଯାହା କହୁଛନ୍ତି ତାକୁ ସମସ୍ତେ ଶୁଣି ତାରିଫ କରିବାରେ ଲାଗିଛନ୍ତି ।ଏହି ଘଟଣା ପରେ ସିଙ୍ଗର ଜଣକ ନ ରାଗିଯାଇ, ଭଲରେ କହିଛନ୍ତି, ଏହା କଣ ହେଉଛି? ବୋତଲ ଫିଙ୍ଗିଲେ କଣ ହେବ । ଶୋ ଅଟକି ଯିବ । କଣ ଆପଣ ଏହା ଚାହୁଁଛନ୍ତି । ଏହା କହିବା ପରେ ପୁଣି ଗୀତ ଗାଇବାକୁ ଲାଗିଛନ୍ତି । ସୋସିଆଲ ମିଡିଆରେ ଲୋକ ତାଙ୍କର ସପୋର୍ଟ କରୁଛନ୍ତି ଏବଂ ଅସଦାଚରଣକୁ ଟ୍ରୋଲ କରୁଛନ୍ତି ।
Trending
- ବଢିଲା ବିଜେଡି ନେତାଙ୍କ ଅଡୁଆ, ପ୍ରୀତିରଞ୍ଜନ ଘଡେଇ ଙ୍କ ନାଁରେ ଏତଲା
- ଆଣ୍ଡାମାନ ଓ ନିକୋବର ଦ୍ଵୀପପୁଞ୍ଜରେ ଭୂକମ୍ପ ଝଟକା
- ନିମିଷା ପ୍ରିୟାଙ୍କ ମୃତ୍ୟୁଦଣ୍ଡ ବାତିଲ୍
- ଆଜି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ଖସାପଡ଼ା ନୀତି , ୪ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ
- ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପରିଚୟପତ୍ର ବଦଳିବ
- ଶ୍ରାବଣ ମାସର ତୃତୀୟ ସୋମବାର
- ବଢ଼ିବ ଚାଷୀ ପଞ୍ଜୀକରଣ ସମୟସୀମା
- ପହିଲାରୁ ନୂଆ ନିୟମ ,ମାସିକ ବଜେଟକୁ କରିବ ପ୍ରଭାବିତ
- ମନ କି ବାତରେ ଓଡ଼ିଶା କଥା
- ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ଘଟଣାରେ ଫେରାର ଥିବା ବିଜେଡି କର୍ପୋରେଟର ଅମରେଶ ଜେନା ନୀଳଗିରିରୁ ଗିରଫ
Prev Post
Next Post