ସାମ୍ନାକୁ ଆସିଲେ ଦୂତିଙ୍କ ସ୍ୱପ୍ନର ରାଣୀ
ମେଟ୍ରୋ ଟିଭି ଓଡିଶା,୧/୨ : ଆଉ କିଛି ଦିନ ପରେ ଆସିବ ପ୍ରେମୀଯୁଗଳଙ୍କ ଦିନ । ପ୍ରେମିକା ପ୍ରେମିକ ମିଶି ପାଳିବେ ଲଭ ଡେ । କିଏ ନିଜର ପ୍ରେମିକାକୁ ଫୁଲ, କଣ୍ଢେଇ ଦେଇ ଖୁସି କରାଇବ ତ ଆଉ କିଏ ମନ ଭିତରେ ଚାପି ରଖିଥିବା ଭଲପାଇବା କୁ ପ୍ରକାଶ କରିବେ । ଫେବୃୟାରୀ ୭ ରୁ ଆରମ୍ଭ ହେବ ପ୍ରେମ ଦିବସ । ୭ ରୁ ୧୪ ପର୍ଯ୍ୟନ୍ତ ନିଜ ନିଜ ଭାଲେଟାଇନଙ୍କୁ ପ୍ରତିଶ୍ରୁତି ଦେବେ ପ୍ରେମିକା ପ୍ରେମିକ । ସେହିପରି ପ୍ରେମ ଦିବସ ପୂର୍ବରୁ ଦୈାଡରାଣୀ ତାଙ୍କ ସ୍ୱପ୍ନର ରାଣୀଙ୍କ ସହିତ ଓଡିଶାବାସୀଙ୍କ ସାମ୍ନାକୁ ଆସିଛନ୍ତି । ନିଜର ପ୍ରେମକୁ ଲୋକଙ୍କ ସାମ୍ନାକୁ ଆଣି ଜଣାଇଦେଇଛନ୍ତି, ପ୍ରେମ କେତେବେଳେ କାହା ସହିତ ହୁଏ ଜାଣି ହୁଏନା । କାରଣ ପ୍ରେମ ଶ୍ୱାସତ ,ଚିରନ୍ତନ, ଅନ୍ଧ । ପ୍ରେମ ମାନେନି ସମାଜର ନିନ୍ଦା । ପ୍ରେମ ହୃନ୍ଦୟରୁ ଥରେ ହୋଇଗଲେ ,ତାଙ୍କ ଦୂରେଇବା ବହୁତ କଷ୍ଟ । ଏହି ପ୍ରେମ ପାଇଁ ଅନ୍ତର୍ଜାତୀୟ ଧାବିକା ତଥା ଅଲିମ୍ପିଆନ ଦୂତୀ ଚାନ୍ଦ ଙ୍କୁ ବହୁତ କିଛି ଶୁଣିବାକୁ ପଡିଛି ।
sources-kadambini magazine
ରାଜ୍ୟର ଏକ ପ୍ରତିଷ୍ଠିତ ପାରିବାରିକ ପତ୍ରିକା କାଦମ୍ବିନୀର କଭର ପେଜ୍ ଫଟୋସୁଟ୍ ଅବସରରେ ଦୁଇ ଜଣଙ୍କୁ ଏକାଠି ଦେଖିବାକୁ ମିଳିଛି । ଅତି ଅନ୍ତରଙ୍ଗ ଭାବେ ଦୁହିଁଙ୍କ ଫଟୋସୁଟ୍ କରାଯାଇଛି । ଏହି ଅବସରରେ ଦୁହିଁଙ୍କ ସଂପର୍କ ବାବଦରେ ଅଧିକ ଆଲୋଚନା କରିଛନ୍ତି କାଦମ୍ବିନୀର ସଂପାଦିକା ଇତି ସାମନ୍ତ । ୨୦୧୭ରେ ଦୂତିଙ୍କ ଗାଁରେ ଖୁଦୁରୁକୁଣୀ ପୂଜାବେଳେ ମୋନାଲିସାଙ୍କ ସହ ତାଙ୍କର ସାକ୍ଷାତ ହୋଇଥିଲା । ଏହାପରେ ଦୁହେଁ ଦୁହିଁଙ୍କୁ ସାଥୀ ଭାବେ ବାଛି ନେଇଥିଲେ ।ଦୂତୀ ତାଙ୍କୁ ଉପହାର ଦିଅନ୍ତି ଏବଂ ଉଭୟେ ଏକାଠି ଭାଲେଂଟାଇନ୍ସ ଡେ ପାଳନ କରନ୍ତି ବୋଲି ଖୋଲାଖୋଲି ସ୍ୱୀକାର କରିଛନ୍ତି । ଏବେ ଏକାଠି ରହୁଥିବାବେଳେ ଆଗକୁ ମଧ୍ୟ ମୋନାଲିସାଙ୍କ ସହ ଏକାଠି ରହିବେ ବୋଲି କହିଛନ୍ତି ଦଉଡରାଣୀ ଦୂତୀ ଚାନ୍ଦ । ପାର୍ଟନରଙ୍କୁ ନେଇ ପୂର୍ବରୁ ଚର୍ଚ୍ଚା ହୋଇଆସୁଥିଲେ ମଧ୍ୟ କେବେ ମୁହଁ ଖୋଲି ନଥିଲେ ଦୂତୀ । ହେଲେ ପ୍ରଥମଥର ପାଇଁ ସର୍ବ ସମ୍ମୁଖକୁ ଆସିଛନ୍ତି ଓ ମୋନାଲିସାଙ୍କ ସହ ସଂପର୍କକୁ ସ୍ୱୀକାର ବି କରିଛନ୍ତି । ତେବେ ଆଗକୁ କାଦମ୍ବିନୀରେ ଦୁଇଜଣଙ୍କ କଭର ଫଟୋ ସହ ପ୍ରେମ କାହାଣୀ ସାମ୍ନାକୁ ଆସିବାକୁ ଯାଉଛି ।