ସାଉଦି ଆରବରେ ସଲମାନଙ୍କୁ ମିଳିଲା ପର୍ସନାଲିଟି ଅଫ୍ ଦି ଇୟର ଆୱାର୍ଡ
ମେଟ୍ରୋ ଟିଭି ଓଡ଼ିଶା,୩୧/୧: ବହୁ ବର୍ଷ ଧରି ଇଣ୍ଡଷ୍ଟ୍ରିରେ ସଲମାନ ଖାନ୍ ତାଙ୍କ ଫ୍ୟାନ୍ସମାନଙ୍କୁ ଏଣ୍ଟରଟେନ୍ କରି ଆସୁଛନ୍ତି । ତାଙ୍କ ଫିଲ୍ମ ହେଉ କିମ୍ବା ପର୍ସନାଲ ଲାଇଫ୍ ସବୁବେଳେ ଲାଇମ୍ ଲାଇଟକୁ ଆସିଥାନ୍ତି । କେବଳ ଦେଶରେ ନୁହେଁ ସମଗ୍ର ବିଶ୍ୱରେ ତାଙ୍କର ପ୍ରଶଂସକ ଅଛନ୍ତି ଯେଉଁମାନେ ତାଙ୍କୁ ବହୁତ ଭଲ ପାଆନ୍ତି । ସଲମାନଙ୍କ ଫିଲ୍ମ ବଲିଉଡରେ ଯେଉଁ ପ୍ରକାରର କ୍ରେଜ୍ ଦେଖାଯାଏ, ତାହା ଅନ୍ୟ କୌଣସି ଅଭିନେତାଙ୍କ ଫିଲ୍ମରେ ଦେଖାଯାଏ ନାହିଁ । ୫୬ ବର୍ଷିୟ ସଲମାନ ତାଙ୍କ ପ୍ରଶଂସକ ମାନଙ୍କୁ ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କର ପ୍ରତ୍ୟେକ ଦିନର କାର୍ଯ୍ୟ ଠାରୁ ଆରମ୍ଭ କରି ଆଗାମୀ ଫିଲ୍ମ ବିଷୟରେ ଅବଗତ କରିଥାନ୍ତି ।
ହେଲେ ବର୍ତ୍ତମାନ ନିକଟରେ ସେ ଇନଷ୍ଟାଗ୍ରାମରେ ତାଙ୍କର ଏକ ଫଟୋ ପୋଷ୍ଟ କରିଥିଲେ, ଯାହା ସାଉଦି ଆରବର ରାଜଧାନୀ ରିୟାଦରେ ଆୟୋଜିତ ଜୟ ଆୱାର୍ଡରେ ସମ୍ମାନିତ କରାଯାଇଛି । ସଲମାନ ଖାନ ରବିବାର ଦିନ ଆୱାର୍ଡ ପୋଗ୍ରାମର ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ତାଙ୍କୁ ପର୍ସନାଲିଟି ଅଫ୍ ଦି ଇୟର ଆୱାର୍ଡ ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ ସଲମାନ ଖାନ ଏକ କଳା ରଙ୍ଗର ଡ୍ରେସ୍ ପିନ୍ଧିଛନ୍ତି। ଏହା ବ୍ୟତୀତ ସେ କ୍ୟାପସନରେ ଲେଖିଛନ୍ତି, ‘ମୋ ଭାଇ ବୁ ନାସିର୍ … ତମ ସହ ଭେଟ ହୋଇ ବହୁତ ଭଲ ଲାଗିଲା। ସଲମାନଙ୍କ ଏହି ପୋଷ୍ଟରେ ପ୍ରଶଂସକମାନେ ଖୁବ୍ ଶୁଭେଚ୍ଛା କରିଥିଲେ।