ଶିବାନୀ ଦାଣ୍ଡେକରଙ୍କୁ ବାହା ହେବେ ଫରହାନ ଅଖତର
ମେଟ୍ରୋ ଟିଭି ଓଡିଶା,୧୫/୧: ବଲିଉଡରେ ଏବେ ଚାଲିଛି ବିବାହର ଋତୁ । ବହୁ ସେଲିବ୍ରେଟି ଏହି କରୋନା ସମୟରେ ବାହା ହୋଇଗଲେଣି । ଫରହାନ ଅଖରତ ମଧ୍ୟ ତାଙ୍କ ଦୀର୍ଘ ଦିନର ଗାର୍ଲଫ୍ରେଣ୍ଡ ଶିବାନୀ ଦାଣ୍ଡେକରଙ୍କୁ ବିବାହ କରୁଛନ୍ତି । ୪ ବର୍ଷର ସମ୍ପର୍କ ପରେ ଦୁହେଁ ବିବାହ କରିବାକୁ ଯାଉଛନ୍ତି । ସେମାନେ ଆସନ୍ତା ମାସ ୨୧ ତାରିଖରେ ରେଜିଷ୍ଟ୍ରି ମ୍ୟାରେଜ୍ କରିବେ ।ଉତ୍ତୟଙ୍କ ନିକଟତର ବନ୍ଧୁଙ୍କ ସୂଚନା ଅନୁସାରେ, ଫରହାନ ଅଖତର ଓ ଶିବାନୀ ଦାଣ୍ଡେକର ଦୀର୍ଘ ଦିନର ସମ୍ପର୍କକୁ ବିବାହ ନାଁ ଦେବାକୁ ଯୋଜନା କରୁଛନ୍ତି। ସେମାନେ ଗତ କିଛି ଦିନ ହେଲା ବାହାଘର ପାଇଁ ପ୍ଲାନିଂ କରୁଥିଲେ। ଏବେ ତାଙ୍କୁ ଲାଗୁଛି ଯେ ଠିକ୍ ସମୟ ଆସିଛି। ୨୧ ଫେବ୍ରୁଆରୀରେ ତାଙ୍କ ସମ୍ପର୍କରେ ନୂଆ ମୋଡ଼ ଆସିବ । ଜାନୁଆରି ୯ରେ ଫରହାନଙ୍କ ଜନ୍ମଦିନ ଥିବାରୁ ସେଦିନ ବିବାହ ଦିନ ସେମାନେ ଘେଷଣା କରିବେ ।
ସୂଚନାଯୋଗ୍ୟ ଯେ ଫରହାନ ଅଖତର ୨୦୦୦ ମସିହାରେ ଅଧୁନା ଭବାନୀଙ୍କୁ ପ୍ରଥମ ବିବାହ କରିଥିଲେ। ସେମାନଙ୍କର ୨ଟି ପିଲା ବି ଅଛନ୍ତି। ୨୦୧୬ ମସିହାରେ ସେମାନଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲ।। ଫଳରେ ୨୦୧୭ରେ ଛାଡ଼ପତ୍ର ହୋଇଥିଲା।