ରିଲିଜ ହେବ ରାଜମୌଲିଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ RRR
ମେଟ୍ରୋ ଟିଭି ଓଡିଶା,୧/୨ : ଦେଶରେ ଜାରି କରୋନା ଭାଇରସ୍ର ପ୍ରକୋପ କାରଣରୁ ପୂର୍ବରୁ ରିଲିଜ୍ ତାରିଖ ଘୁଞ୍ଚି ସାରିଛି ଏସଏସ ରାଜମୌଲିଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ଆରଆରଆର। ରିଲିଜ୍ ପୂର୍ବରୁ ସିନେପ୍ରେମୀଙ୍କ ଗହଣରେ ବେଶ ଲୋକପ୍ରିୟତା ହାସଲ କରିଥିବା ଫିଲ୍ମ ଆରଆରଆର କେବେ ପ୍ରେକ୍ଷାଳୟକୁ ଆସିବ । ତେବେ ଏହାର ରିଲିଜ୍ ତାରିଖ ସାମ୍ନାକୁ ଆସିଛି। ଫିଲ୍ମ ନିର୍ମାତା ଆନୁଷ୍ଠାନିକ ଭାବେ ଫିଲ୍ମ ରିଲିଜ ନୂତନ ତାରିଖ ଘୋଷଣା କରିଛନ୍ତି।
pic credit-youtube
ଜୁନିୟର ଏନଟିଆର ଏବଂ ରାମଚରଣ ଷ୍ଟାରଙ୍କ ଅଭିନୀତ ଏହି ଫିଲ୍ମ ୨୦୨୨ ମାର୍ଚ୍ଚ ୨୫ରେ ସିନେମାଘରକୁ ଆସିବ । ଫିଲ୍ମ ନିର୍ମାତା ଟ୍ଵିଟର ମାଧ୍ୟମରେ ଫିଲ୍ମର ରିଲିଜ୍ ତାରିଖ ବିଷୟରେ ସୂଚନା ଦେଇ ଲେଖିଛନ୍ତି ଯେ, ଆରଆରଆରର ରିଲିଜ୍ ତାରିଖ ଚୂଡାନ୍ତ ହୋଇ ସାରିଛି। ଫିଲ୍ମ ୨୦୨୨ ମାର୍ଚ୍ଚ ୨୫ରେ ପ୍ରେକ୍ଷାଳୟକୁ ଆସିବ। ବଡ ବଜେଟ୍ର ଏହି ଫିଲ୍ମ ବକ୍ସଅଫିସ୍ରେ କେତେ ଆୟ କରିବ ତାହା ନିର୍ମାତାଙ୍କ ପାଇଁ ବହୁ ଗୁରୁତ୍ଵବହନ କରୁଛି। ଏହି କାରଣରୁ ନିର୍ମାତା ଏହାର ରିଲିଜ୍ ପାଇଁ ଉପଯୁକ୍ତ ସମୟ ଏବଂ ତାରିଖର ସନ୍ଧାନରେ ଥିଲେ।
pic credit-boxofficediary
ଜୁନିୟର ଏନଟିଆର ଏବଂ ରାମଚରଣଙ୍କ ବ୍ୟତୀତ ଏହି ଫିଲ୍ମରେ ବଲିଉଡ ଅଭିନେତା ଅଜୟ ଦେବଗନ ଏବଂ ଅଭିନେତ୍ରୀ ଆଲିଆ ଭଟ୍ଟ ନଜର ଆସିବେ। ଏହା ପୂର୍ବରୁ ‘ଆରଆରଆର’ର ରିଲିଜ୍ ତାରିଖ ଅନେକ ଥର ଘୁଞ୍ଚି ସାରିଛି। ପ୍ରଥମେ ଏହି ଫିଲ୍ମ ଜାନୁଆରୀ ୭ରେ ସିନେମାଘରେ ରିଲିଜ୍ ହେବାର ଥିଲା, ମାତ୍ର କରୋନା ପ୍ରକୋପ କାରଣରୁ ଫିଲ୍ମର ରିଲିଜ୍ ତାରିଖ ଘୁଞ୍ଚାଇ ଦିଆଯାଇଥିଲା। ।