ରଜନୀକାନ୍ତଙ୍କ ହାତକୁ ଧରି ଆଲିଙ୍ଗନ କଲେ ଅମିତାଭ

ଦେଶର ସବୁଠୁ ଧନୀ ବ୍ୟକ୍ତି ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର ଅଧ୍ୟକ୍ଷ ମୁକେଶ ଅମ୍ବାନିଙ୍କ ସାନପୁଅ ଅନନ୍ତ ଅମ୍ବାନିଙ୍କର ରାଧିକା ମର୍ଚ୍ଚାଣ୍ଟଙ୍କ ସହିତ ବାହାଘର ଧୁମଧାମରେ ସମ୍ପର୍ଣ୍ଣ ‌ହୋଇଯାଇଛି। ଏହି ବିବାହରେ ସାମିଲ ହେବାକୁ ଆସିଥିବା ସମସ୍ତ ଅତିଥିମାନଙ୍କୁ ସ୍ବାଗତ କରିବା ପାଇଁ ଅମ୍ବାନି ପରିବାରପକ୍ଷରୁ ବିଶେଷ ଆୟୋଜନ କରାଯାଇଥିଲା।ଅନନ୍ତ ଓ ରାଧିକାଙ୍କ ବିବାହରେ ସାମିଲ ହେବାକୁ ରାଜନୀତି, ବଲିଉଡ, କ୍ରୀଡ଼ା ସମେତ ଆଧ୍ୟାତ୍ମିକ କ୍ଷେତ୍ରର ବହୁ ଖ୍ୟାତନାମା ବ୍ୟକ୍ତିବିଶେଷମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା।ଅନନ୍ତଙ୍କ ‘ଶୁଭ ଆଶୀର୍ବାଦ’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଠାରୁ ଆରମ୍ଭ କରି ବଲିଉଡ ସିନେଷ୍ଟାର ପ୍ରମୁଖ ସାମିଲ ହୋଇ ଅନନ୍ତ ଓ ରାଧିକାଙ୍କ ‘ଶୁଭ ଆଶୀର୍ବାଦ’ କାର୍ଯ୍ୟକ୍ରମରେ ଆସି ପହଞ୍ଚିଥିଲେ।

ଲୋକଙ୍କ ଭିଡ଼ ଭିତରେ ଅମିତାଭ ବଚ୍ଚନ ଓ ରଜନୀକାନ୍ତ ଭେଟାଭେଟି ହୋଇ ଯାଇଥିଲେ। ହଠାତ ବିଗ ବିଙ୍କୁ ସାମ୍ନାରେ ପାଇ  ରଜନୀକାନ୍ତ ମୁଣ୍ଡ ନୁଆଁଇ ତାଙ୍କ ଗୋଡ଼ତଳେ ପଡ଼ ଆଶୀର୍ବାଦ ମାଗିଥିଲେ। ସଙ୍ଗେସଙ୍ଗେ ଅମିତାଭ ରଜନୀକାନ୍ତଙ୍କ ହାତ ଧରି ତାଙ୍କୁ ଆଲିଙ୍ଗନ କରି ପକାଇଥିଲେ।ଏହି ହୃଦୟସ୍ପର୍ଶୀ ମୁହୂର୍ତ୍ତ ଫଟୋ ଓ ଭିଡିଓ ଦେଖିବା ପରେ ସୋସିଆଲ ମିଡିଆ ବ୍ୟବହାରକାରୀ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ଜଣେ ସୁପରଷ୍ଟାରଙ୍କ ଆଉ ଜଣେ ସୁପରଷ୍ଟାରଙ୍କ ପ୍ରତି ସମ୍ମାନ’।