ମା ହେଲେ ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ଜୋନ୍ସ
ମେଟ୍ରୋ ଟିଭି ଓଡିଶା,୨୨/୧ : ଲୋକପ୍ରିୟ ଅଭିନେତ୍ରୀ ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ଓ ନିକ୍ ଜୋନ୍ସ ନିକଟରେ ମାତା ପିତା ବନିଛନ୍ତି। ଫଳରେ ପ୍ରିୟଙ୍କା ଚୋପ୍ରା ମଧ୍ୟ ଅଭିଭାବକ କ୍ଲବ୍ ସାମିଲ ହୋଇଛନ୍ତି। ଶୁକ୍ରବାର ପ୍ରିୟଙ୍କା ସୋସିଆଲ ମିଡିଆରେ ପୋଷ୍ଟ ଜରିଆରେ ମା’ ବନିଥିବା ନେଇ ସୂଚନା ଦେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। ଏହି ଦମ୍ପତି ସରୋଗେସି ଜରିଆରେ ପ୍ରଥମ ସନ୍ତାନକୁ ଜନ୍ମ ଦେଇଛନ୍ତି। ପ୍ରିୟଙ୍କାଙ୍କର ଏହି ସନ୍ତାନକୁ ନେଇ ଏବେ ବି ସସ୍ପେନ୍ସ ରହିଛି। ପ୍ରିୟଙ୍କା ନିଜ ପୋଷ୍ଟରେ ମା’ ବନିଥିବା ନେଇ ସୂଚନା ତ ଦେଇଛନ୍ତି, କିନ୍ତୁ ତାଙ୍କର ପୁଅ ହୋଇଛି କି ଝିଅ ସେ ନେଇ ସେ ସ୍ପଷ୍ଟ କରିନାହାନ୍ତି।
ସୂଚନା ଅନୁସାରେ,ପ୍ରିୟଙ୍କାଙ୍କ ସନ୍ତାନ ଗତ ଶନିବାର ଦିନ କାଲିଫର୍ଣ୍ଣିଆରେ ଜନ୍ମ ହୋଇଛି। କୁହାଯାଉଛି ଯେ ପ୍ରିୟଙ୍କାଙ୍କ ଘରେ ଏକ ଝିଅ ଜନ୍ମ ନେଇଛି। କିନ୍ତୁ ଏହି କଥାରେ କେତେ ସତ୍ୟତା ଅଛି ତାହା ଏବେ ଯାଏଁ ଜଣାପଡ଼ିନାହିଁ। ସନ୍ତାନ ଜନ୍ମ ନେଇ ପ୍ରିୟଙ୍କା ଚୋପ୍ରା ନିଜ ଇନଷ୍ଟାଗ୍ରାମ ଲେଖିଛନ୍ତି, ଆମେ ଏହି ଖବର ସେୟାର କରି ଖୁସି ହେଉଛୁ ଯେ ଆମେ ସରୋଗେଟ୍ ସାହାଯ୍ୟରେ ଏକ ସନ୍ତାନକୁ ସ୍ୱାଗତ କରିଛୁ। ସେ ଦୁଇଟି ରାଷ୍ଟ୍ରୀୟ ପୁରସ୍କାର ଓ ୫ଟି ଫିଲ୍ମ ଫେୟାର ଆଓ୍ଵାର୍ଡ ପାଇଛନ୍ତି। ୨୦୧୬ ମସିହାରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା।