ଭୁଲ୍ ଭୁଲୈୟା 3 ରେକର୍ଡ ଭାଙ୍ଗିଲା

କାର୍ତ୍ତିକ ଆର୍ଯ୍ୟନଙ୍କ ଫିଲ୍ମ ଭୁଲ ଭୁଲୈୟା 3 କୁ ନେଇ ପ୍ରଶଂସକଙ୍କ ମନରେ ଉତ୍କଣ୍ଠା ଦେଖାଯାଇଛି । ରିଲିଜ ପୂର୍ବରୁ ନୂଆ ରେକର୍ଡ କରିଛି ଫିଲ୍ମ । ସୋସିଆଲ ମିଡିଆରେ ଧମାଲ ମଚାଇବାରେ ଲାଗିଛି । ଫିଲ୍ମର ପୋଷ୍ଟର ଏବଂ ଟିଜର ପ୍ରଶଂସକଙ୍କ ମଧ୍ୟରେ ଆଲୋଡ଼ନ ସୃଷ୍ଟି କରିସାରିଛି । ରିଲିଜ୍ ପୂର୍ବରୁ ରେକର୍ଡ କରିଛି ଏହି ଫିଲ୍ମ । ରିଲିଜ ପୂର୍ବରୁ ମୋଷ୍ଟ ଏଣ୍ଟିସିପେଟେଡ୍ ଇଣ୍ଡିଆନ୍ ମୁଭି ହୋଇଛି ଫିଲ୍ମ ।ବର୍ତ୍ତମାନ ଆଇଏମଡିବି ମଧ୍ୟ ଫିଲ୍ମ ଭୁଲ୍ ଭୁଲୈୟାକୁ ଅନୁମୋଦନ ଦେଇଛି । ଏହି ଚଳଚ୍ଚିତ୍ର 2024 ବର୍ଷର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ହୋଇଛି । ଚଳଚ୍ଚିତ୍ର ରିଲିଜ ହେବା ପୂର୍ବରୁ ଫିଲ୍ମ ପାଇଁ ମିଳିଥିବା ପୁରସ୍କାର ବିଷୟରେ କାର୍ତ୍ତିକ ସୋସିଆଲ ମିଡିଆରେ ତାଙ୍କ ପ୍ରଶଂସକଙ୍କ ସହ ସେୟାର କରିଛନ୍ତି ।   ତେବେ ସେୟାର କରି କାର୍ତ୍ତିକ ଲେଖିଛନ୍ତି, IMDb ମୋଷ୍ଟ ଏଣ୍ଟିସିପେଟେଡ୍ ଇଣ୍ଡିଆନ୍ ମୁଭି ହୋଇଛି ଭୁଲ୍ ଭୁଲୈୟା 3 । ଏହି ଦୀପାବଳିରେ ପରଦାତକୁ ଆସିବ ।