ଭିକ୍କି ଓ କ୍ୟାଟଙ୍କ ବିବାହକୁ ପୂରିଲା ମାସେ

ଭିକ୍କି ଓ କ୍ୟାଟଙ୍କ ବିବାହକୁ ପୂରିଲା ମାସେ

ମେଟ୍ରୋ ଟିଭି ଓଡିଶା,୯/୧: ବଲିଉଡର ହଟ୍ ଓ ସେକ୍ସି ଯୋଡି କ୍ୟାଟ୍ରିନା ଓ ଭିକ୍କିଙ୍କ ବିବାହକୁ ଆଜି ମାସେ ପୂରିଛି ।କ୍ୟାଟ୍ରିନା କୈଫ୍ ୯ ଡିସେମ୍ବର ୨୦୨୧ରେ ଅଭିନେତା ଭିକ୍କି କୌଶଲଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଆଜି ୯ ଜାନୁଆରୀରେ ତାଙ୍କ ବାହାଘରକୁ ମାସେ ହୋଇଛି। ଏହି ଖାସ୍ ଅବସରରେ ମିସେସ୍ କ୍ୟାଟ୍ରିନା କୌଶଲ ନିଆରା ଅନ୍ଦାଜରେ ସ୍ୱାମୀଙ୍କ ଉପରେ ପ୍ରେମ ବର୍ଷା କରୁଥିବାର ଦେଖିବାକୁ ମିଳିଛି। ନିକଟରେ କ୍ୟାଟ୍ରିନା ଇନଷ୍ଟାଗ୍ରାମ ଏକ ପୋଷ୍ଟ ସେୟାର କରିଛନ୍ତି। ଏହି ପୋଷ୍ଟ ମାଧ୍ୟମରେ କ୍ୟାଟ୍ରିନା ଭିକ୍କିଙ୍କୁ ପ୍ରଥମ ମାସିକିଆ ବିବାହ ଦିବସର ଅଭିନନ୍ଦନ ଜଣାଇଛନ୍ତି। ଫଟୋରେ କ୍ୟାଟ୍ରିନା ଓ ଭିକ୍କିଙ୍କର ରୋମାଣ୍ଟିକ୍ କେମେଷ୍ଟ୍ରି ଦେଖିବାକୁ ମିଳିଛି। କ୍ୟାଟ୍ରିନା ଓ ଭିକ୍କିଙ୍କର ଏହି ପ୍ରେମ ଭରା ମୁହୂର୍ତ୍ତକୁ ଦେଖି ଫ୍ୟାନ୍ ତାଙ୍କ ବୈବାହିକ ଜୀବନ ଖୁସିରେ କଟୁ ବୋଲି କାମନା କରିଛନ୍ତି। ଖବର ଲେଖା ହେବା ବେଳକୁ ଏହି ଫଟୋରେ ୨୪ ଲକ୍ଷରୁ ଅଧିକ ଲାଇକ୍ ମିଳିଛି।
ଭିକ୍କି କୌଶଲ ଓ କ୍ୟାଟ୍ରିନା କୈଫ୍ ବିବାହ ଫ୍ୟାନ୍ ପାଇଁ କୌଣସି ସରପ୍ରାଇଜ୍ ଠାରୁ କମ୍ ନଥିଲା। ସେମାନେ ରାଜସ୍ଥାନରେ ଗ୍ରାଣ୍ଡ୍ ଓ୍ଵଡିଂ କରିଥିଲେ।