ଭାମିକାଙ୍କ ଫଟୋ ଭାଇରାଲକୁ ନେଇ ସୋସିଆଲ ମିଡିଆରେ ମନ୍ତବ୍ୟ ଦେଲେ ବିରାଟ-ଅନୁଷ୍କା
ମେଟ୍ରୋ ଟିଭି ଓଡିଶା,୨୫/୧ : ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ଝିଅ ଭାମିକାଙ୍କ ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଅଧିକ ମାତ୍ରାରେ ଭାଇରାଲ ହେଉଛି। ରବିବାର ଦିନ ଅନୁଷ୍କା ତାଙ୍କ ଝିଅ ସହିତ ଷ୍ଟାଡିୟମରେ ପହଞ୍ଚିଥିଲେ ଏବଂ ବିରାଟ ୫୦ କରିଥିବା ନେଇ ସେ ଖୁସି ହୋଇ ତାଳି ମାରୁଥିବାର ଦେଖିବାକୁ ମିଳୁଥିଲା ପୁଣି ତାଙ୍କ ସହ ଝିଅ ଭାମିକା ମଧ୍ୟ ଥିଲା । ଭାମିକାର ଭିଡ଼ିଓ ଓ ଫଟୋ ମଧ୍ୟ ଉତ୍ତୋଳନ କରାଯାଇଥିଲା ଯାହାକି ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି।ତେବେ ପ୍ରଥମ ଥର ପାଇଁ ଭାମିକାର ଫଟୋ ଦେଖିବାକୁ ମିଳିଥିଲା। ତେଣୁ ଏହି ଫଟୋ ଭାଇରାଲ ହେବାକୁ ନେଇ ଏବେ ଅନୁଷ୍କା ଶର୍ମା ଓ ବିରାଟ କୋହଲିଙ୍କ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ଏହା ପୂର୍ବରୁ ତାଙ୍କ ଝିଅର ଫଟୋ ନ ଉଠାଇବା ପାଇଁ ସେ ଫଟୋଗ୍ରାଫରଙ୍କୁ ନିବେଦନ କରିଥିଲେ।
image credit-instagram
ସୂଚନା ଅନୁଯାୟୀ,ଭାଇରାଲ ହେଉଥିବା ଫଟୋ ଓ ଭିଡିଓକୁ ନେଇ ବିରାଟ ଓ ଅନୁଷ୍କା କହିଛନ୍ତି ଯେ ଆମେ ଏ ବିଷୟରେ ଅବଗତ ନଥିଲୁ ଯେ କ୍ୟାମେରା ପର୍ସନ ଝିଅର ଫଟୋ ଓ ଭିଡ଼ିଓ ନେଇଛନ୍ତି ବୋଲି। ତେଣୁ ଆଗକୁ ଏପରି ନ ହେବା ଉଚିତ୍ । ଆପଣମାନେ ଆମ ନିଷ୍ପତିକୁ ସମ୍ମାନ ଦେବେ ବୋଲି ଆଶା କରୁଛୁ । ଏପରି ଲେଖି ସେମାନେ ସୋସିଆଲ ମିଡ଼ିଆ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି।