ବ୍ରେକ୍‌ଅପ୍ ଖବରକୁ ଖଣ୍ଡନ କଲେ ଅର୍ଜୁନ ଓ ମଲାଇକା

ବ୍ରେକ୍‌ଅପ୍ ଖବରକୁ ଖଣ୍ଡନ କଲେ ଅର୍ଜୁନ ଓ ମଲାଇକା

ମେଟ୍ରୋ ଟିଭି ଓଡିଶା,୧୫/୧: ବଲିଉଡର ହିଟ୍ କପଲ ଅର୍ଜୁନ କପୁର ଓ ମଲାଇକା ଆରୋରାଙ୍କ ବ୍ରେକ୍ ଅପ୍ ଖବର ଚର୍ଚ୍ଚାର ବିଷୟ ପାଲଟିଥିଲା । କିନ୍ତୁ ଏହି ଖବର ଉପରେ ଖବର ପୂର୍ଣ୍ଣଛେଦ ପଡିଛି । ଏହି ଖବରକୁ ନିକଟରେ ଖଣ୍ଡନ କରିଛନ୍ତି । ଏହା ଏକ ଗୁଜବ ବୋଲି ସେମାନେ କହିଛନ୍ତି। ଏକ ପୋଷ୍ଟ ସେୟାର କରି ଏହି ଗୁଜବକୁ ମିଛ ବୋଲି କହିଛନ୍ତି ଏହି ସେଲିବ୍ରିଟି ଯୋଡ଼ି। ଉଭୟ ମଲାଇକା ଓ ଅର୍ଜୁନ ଇନ୍ଷ୍ଟାଗ୍ରାମ୍ରେ ଏକ ପୋଷ୍ଟ ସେୟାର କରିଛନ୍ତି, ଯାହା ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଏହି ପୋଷ୍ଟରେ ଲେଖାଯାଇଛି- ‘ସତରେ। ୪୦ ବର୍ଷ ବୟସ ପରେ ଆପଣଙ୍କୁ ପ୍ରେମ ମିଳିବା, ଏହାକୁ ନର୍ମଲାଇଜ୍ କରନ୍ତୁ। ୩୦ ବର୍ଷ ପରେ ନୂଆ ସ୍ୱପ୍ନ ଦେଖିବା ଓ ତାହାକୁ ଖୋଜିବାକୁ ନର୍ମଲାଇଜ୍ କରନ୍ତୁ। ୫୦ ବର୍ଷ ପରେ ନିଜ ଜୀବନର ଉଦ୍ଦେଶ୍ୟ ପାଇବା ଓ ନିଜକୁ ଖୋଜିବାକୁ ନର୍ମଲାଇଜ୍ କରନ୍ତୁ। ଜୀବନ ୨୫ ବର୍ଷ ପରେ ସରିଯାଏ ନାହିଁ। ଯେମିତି ଏହା ହୁଏ, ସେଭଳି ଅଭିନୟ କରିବା ବନ୍ଦ କରନ୍ତୁ।’
ଅନ୍ୟପଟେ ବ୍ରେକ୍ଅପ୍ ଖବର ସାମ୍ନାକୁ ଆସିବା ପରେ ଅର୍ଜୁନ କପୁର ମଲାଇକାଙ୍କ ସହ ଏକ ସୁନ୍ଦର ଫଟୋ ବି ସେୟାର କରିଛନ୍ତି। ଏହି ଫଟୋର କ୍ୟାପ୍ସନ୍ ସେ ଲେଖିଛନ୍ତି-ଗୁଜବ ପାଇଁ କୌଣସି ସ୍ଥାନ ନାହିଁ। ସୁରକ୍ଷିତ ରୁହନ୍ତୁ। ଖୁସି ରୁହନ୍ତୁ। ଲୋକଙ୍କୁ ଶୁଭକାମନା। ସମସ୍ତଙ୍କୁ ଭଲ ପାଇବା। ଅର୍ଜୁନ୍ ଏହି ପୋଷ୍ଟରେ ମଲାଇକା ହାର୍ଟ ଇମୋଜି ଦେଇଛନ୍ତି।