ବିବାହ ବନ୍ଧନରେ ବାନ୍ଧି ହେଲେ ମୌନି ରୟ
ମେଟ୍ରୋ ଟିଭି ଓଡିଶା,୨୭/୧ : ଆଜି ଅଭିନେତ୍ରୀ ମୌନି ରୟ ନିଜ ବହୁ ଦିନର ପ୍ରେମିକ ସୁରଜ ନାମ୍ବିଆରଙ୍କୁ ବିବାହ କରିଛନ୍ତି । ମୌନୀ ଟିଭିରୁ ନେଇ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରୀରେ ମଧ୍ୟ କାମ କରିଛନ୍ତି। ମୌନୀଙ୍କ ନାମ ସଫଳ ଅଭିନେତ୍ରୀ ମାନଙ୍କ ମଧ୍ୟରେ ରହିଛି। ସେ ଦୀର୍ଘ ଦିନରୁ ସୂରଜଙ୍କୁ ଡେଟ କରୁଥିଲେ। ସୂରଜ ଦୁବାଇର ଜଣେ ବେଷ୍ଟ ବ୍ୟାଙ୍କର ଏବଂ ବିଜନେସ୍ ମ୍ୟାନ।
ସୂଚନା ଅନୁସାରେ,ଗୋଆରେ ଦୁଇ ଜଣଙ୍କ ବିବାହ ମାଲାୟାଲି ଓ ବଙ୍ଗାଲୀ ପରମ୍ପଂରା ଅନୁସାରେ ସମ୍ପନ୍ନ ହୋଇଛି । ଏହି ବିବାହର ଫଟୋ ସବୁ ଏବେ ଭାଇରାଲ ହେବାରେ ଲାଗିଛି । ତାଙ୍କ ବିବାହର ଭିଡିଓ ଟିକୁ ସେଲିବ୍ରିଟି ଫଟୋଗ୍ରାଫର ଭାଇରାଲ ଭାୟାନୀ ସେୟାର କରି କ୍ୟାପସନରେ ଲେଖିଛନ୍ତି ମୌନି ରୟଙ୍କ ବିବାହ ମଲାୟାଲି ପରମ୍ପଂରାରେ ।ଫଟୋରେ ଫ୍ୟାନ୍ସ ମାନେ ନିଜର ଖୁସି ଓ ଶୁବେଚ୍ଛା ଜଣାଇଛନ୍ତି ।