ବିବାହ କରିବେ କରିସ୍ମା ତନ୍ନା
ମେଟ୍ରୋ ଟିଭି ଓଡିଶା,୧୪/୧: ବଲିଉଡରେ କରୋନା କାୟାରେ ମଧ୍ୟ ବିବାହ ଜୋରସୋରରେ ଚାଲିଛି । ବହୁ ଅଭିନେତା ଓ ଅଭିନେତ୍ରୀ ମାନେ ଏବର୍ଷ ବିବାହ କରିଲେଣି । ସଂକ୍ରମଣ ବ୍ୟାପୁଥିଲେ ବି ବିବାହର କାର୍ଯ୍ୟ ସରବାକୁ ନାଁ ନଉନି । ବଲିଉଡ , ଟିଭି ଇଣ୍ଡଷ୍ଟ୍ରିରେ ଅନେକ ଜଣ ବାହା ହେଲେଣି । ନିକଟରେ ପ୍ରଚାର ହୋଇଥିଲା ଅଭିନେତ୍ରୀ ମୌନି ରୟ ଗୋଆରେ ବିବାହ କରିବେ । ଏବେ ଶୁଣିବାକୁ ଆସୁଛି ନାଗିନର ଅନ୍ୟ ଏକ ଅଭିନେତ୍ରୀ କରିସ୍ମା ତନ୍ନା ମଧ୍ୟ ବିବାହ କରିବାକୁ ଯାଉଛନ୍ତି । ସେ ଖୁବ୍ଶୀଘ୍ର କରିସ୍ମା ବୟଫ୍ରେଣ୍ଡ୍ ବରୁଣ ବଙ୍ଗେରାଙ୍କୁ ବିବାହ କରିବାକୁ ଯାଉଛନ୍ତି। କରିସ୍ମା ତନ୍ନାଙ୍କ ବୟଫ୍ରେଣ୍ଡ୍ ବରୁଣ ବଙ୍ଗେରା ଜଣେ ରିୟଲ ଇଷ୍ଟେଟ୍ ବିଜନେସ୍ମ୍ୟାନ୍। ବିବାହର ପୂରା ବିବରଣୀ ବି ଭାଇରାଲ ହେଉଛି। ୪ ଫେବ୍ରୁଆରୀରେ କରିସ୍ମାଙ୍କ ମେହେନ୍ଦୀ, ହଳଦୀ ଓ ସଙ୍ଗୀତ ଆୟୋଜିତ କରାଯିବ। ଫେବ୍ରୁଆରୀ ୬ରେ ରିସେପସନ୍ ଦିଆଯିବାକୁ ଫାଇନାଲ ହୋଇଛି।
ସୂଚନା ଅନୁସାରେ , ସୋସିଆଲ ମିଡିଆରେ କରିସ୍ମା ତନ୍ନାଙ୍କର ଏକ ଭିଡିଓ ଖୁବ୍ ଭାଇରାଲ ହେଉଛି। ଭିଡିଓରେ ସେ ଗଣମାଧ୍ୟମ ସହ କଥା ହେଉଥିବାର ଦେଖିବାକୁ ମିଳିଛି। ପ୍ରତିନିଧିମାନେ ତାଙ୍କୁ ପଚାରୁଛନ୍ତି – ବିବାହ କେବେ? କରିସ୍ମାର ଏହାର କୌଣସି ଜବାବ ନ ଦେଇ ହାତରେ ୫କୁ ଈଶାରା କରିଛନ୍ତି। ତା’ପରେ ପ୍ରତିନିଧିମାନେ ପଚାରୁଛନ୍ତି- କ’ଣ ୫ରେ? ଏହାର ଜବାବରେ କରିସ୍ମା ମୁଣ୍ଡ ହଲାଉଛନ୍ତି।