ବିଗ୍‌ ବସ୍‌ ସିଜନ୍‌ ୭’ ବିଜେତା ଗିରଫ

ବର୍ତ୍ତମାନ ରିଆଲିଟି ଶୋ ବିଗ୍‌ ବସ୍‌ ଦେଖିବାର କ୍ରେଜ୍‌ ଲୋକଙ୍କ ମଧ୍ୟ ବହୁତ ହିଁ ଅଧିକ ରହିଛି । ସେ ହିନ୍ଦୀ ହେଉ କିମ୍ବା ତେଲୁଗୁ ଲୋକମାନେ ଏହି ଶୋକୁ ବହୁତ ହିଁ ଭଲ ପାଇବା ଦେଇଥାନ୍ତି । କିଛି ଦିନ ପୂର୍ବରୁ ବିଗ୍ ବସ୍ ତେଲୁଗୁ ସିଜନ୍ ୭ ର ବିଜେତା ହୋଇଥିବା ପଲ୍ଲବୀ ପ୍ରଶାନ୍ତଙ୍କ ଫ୍ୟାନ୍ସଙ୍କ ପାଇଁ ଏକ ଖରାପ ଖବର ରହିଛି । ବିଗ୍ ବସ୍ ଗ୍ରାଣ୍ଡ ଫାଇନାଲ୍ ପରେ ବିଜେତା ପଲ୍ଲବୀ ପ୍ରଶାନ୍ତ ଶୋ ରନର୍ ଅପ୍ ଅମରଦୀପ ଚୌଧରୀ ଏବଂ ସେମାନଙ୍କ ଫ୍ୟାନ୍ସଙ୍କ ମଧ୍ୟରେ ଚାଲିଥିବା ଝଗଡାରେ ଅନ୍ନପୂର୍ଣ୍ଣା ଷ୍ଟୁଡିଓ ନିକଟରେ ପଲ୍ଲବୀ ପ୍ରଶାନ୍ତଙ୍କ ବିରୋଧରେ ମୋଟ ୯ ଟି ମାମଲା ରୁଜୁ ହୋଇଛି । କେବଳ ପ୍ରଶାନ୍ତଙ୍କ ବିରୋଧରେ ନୁହେଁ ବରଂ ତାଙ୍କ ସାନଭାଇ ମନୋହର ତାଙ୍କ ବନ୍ଧୁ ଏବଂ ଫ୍ୟାନ୍ସଙ୍କ ବିରୋଧରେ ମଧ୍ୟ ବିଭିନ୍ନ ବିଭାଗରେ ଅଭିଯୋଗ ଦାଖଲ କରାଯାଇଛି । ଆଖପାଖ ଅଞ୍ଚଳର ସିସିଟିଭି ଫୁଟେଜକୁ ଦେଖି ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ପୋଲିସ ଚିହ୍ନଟ କରିଛି । ତେବେ ଏହି ମାମଲାରେ ତେଲେଙ୍ଗାନା ପୋଲିସ ସିଦ୍ଧଦୀପ ଜିଲ୍ଲାର ଗାଜୱେଲରେ ପଲ୍ଲବୀ ପ୍ରଶାନ୍ତଙ୍କୁ ଗିରଫ କରିଛି ।