ବାହାଘରରେ ବୋହୂଙ୍କର ଗ୍ରାଣ୍ଡ ଏଣ୍ଟ୍ରି

ବାହାଘରରେ ବୋହୂଙ୍କର ଗ୍ରାଣ୍ଡ ଏଣ୍ଟ୍ରି

ମେଟ୍ରୋ ଟିଭି ଓଡ଼ିଶା,୮/୧: ବାହାଘରରେ ଝିଅମାନେ ସାଧାରଣତଃ ଲାଜରେ ମୁହଁ ତଳକୁ ପୋତି ବସିଥାନ୍ତି। ଆଉ କିଛି ଝିଅ ଘର ଛାଡ଼ି ଶାଶୁ ଘରକୁ ଯିବା ଦୁଃଖରେ କାନ୍ଦୁଥାନ୍ତି। କିନ୍ତୁ ଏବେ ସୋସିଆଲ ମିଡିଆରେ ଏକ ଏମିତି କନ୍ୟାର ଭିଡିଓ ଭାଇରାଲ ହେଉଛି, ଯିଏ ବାହାଘରରେ ଲାଜ କରିବା କିମ୍ବା କାନ୍ଦିବା ପ୍ରଥାକୁ ପୂରା ପୂରି ବଦଳାଇ ଦେଇଛନ୍ତି। ଏହି ନୂଆ ବୋହୂ ଜଣକ ହସି ନାଚି ବେଦୀ ପର୍ଯ୍ୟନ୍ତ ଆସିଛି, ଯାହା ଏବେ ଇଣ୍ଟରନେଟ୍‌ରେ ଚର୍ଚ୍ଚାର ବିଷୟ ପାଲଟିଛି। ବୋହୂ ଜଣକ ପରିବାର ଓ ବନ୍ଧୁ ବାନ୍ଧବଙ୍କ ସହ ମିଶି ଗ୍ରାଣ୍ଡ୍‌ ଏଣ୍ଟ୍ରି କରିଛି, ଯାହା ଦେଖି ବର ବି ଲାଜେଇ ଯାଇଥିବା ଦେଖିବାକୁ ମିଳିଛି।

ଭାଇରାଲ ହେଉଥିବା ଏହି ନୂଆ ବୋହୂ ହେଉଛନ୍ତି ସବା କପୁର। ନିକଟରେ ତାଙ୍କ ବିବାହ ଶେଷ ହୋଇଛି। ବିବାହ ପରେ ତାଙ୍କ ଏଣ୍ଟ୍ରି ବେଳର ଭିଡିଓ ସୋସିଆଲ ମିଡିଆରେ ଚହଳ ସୃଷ୍ଟି କରିଛି। ଗୁରୁଗ୍ରାମ୍‌ର ବାସିନ୍ଦା ସବା ଅନ୍ୟମାନଙ୍କ ଭଳି ଚିରାଚରିତ ବିବାହ କରିବାକୁ ଚାହୁଁ ନଥିଲେ। ଏଣୁ ସେ କିଛି ନୂଆ କରିବାକୁ ପ୍ଲାନ୍‌ କରିଥିଲେ। ଆଉ ଏଥିରେ ତାଙ୍କୁ ସାହାଯ୍ୟ କରିଥିଲେ ତାଙ୍କ ଭାଇ, ଭଉଣୀ ଓ ସାଙ୍ଗସାଥୀ। ଫଳ ସ୍ୱରୂପ ସେ ନିଜ ବିବାହରେ ଏଭଳି ନିଆରା ଅନ୍ଦାଜରେ ଏଣ୍ଟ୍ରି କରିଥିଲେ।