ବାପାଙ୍କ ଅସ୍ଥି ବିସର୍ଜନ କରିବା ସହ ଲଣ୍ଡା ହେଲେ ବାବୁସାନ୍

ଆଜି ମହୋଦଧିରେ ବାପା ଉତ୍ତମ ମହାନ୍ତିଙ୍କ ଅସ୍ଥି ବିସର୍ଜନ କରିବା ସହ ଲଣ୍ଡା ହୋଇଛନ୍ତି ଓଲିଉଡର ଜଣାଶୁଣା ଅଭିନେତା ବାବୁସାନ୍ ।  ଚଳିତ ବର୍ଷ ଫେବ୍ରୁଆରି ୨୭ ତାରିଖରେ ବାବୁସାନଙ୍କ ବାପା ଉତ୍ତମ ମହାନ୍ତିଙ୍କର ପରଲୋକ ଘଟିଥିଲା । ଦିଲ୍ଲୀ ଗୁରୁଗାଓଁର ମେଦାନ୍ତ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଦୁନିଆକୁ ଅଲବିଦା କହିଥିଲେ ଓଲିଉଡର ଏହି ବରିଷ୍ଠ ଅଭିନେତା ।

ନିଜର  ସିନେମା ‘ବୋଉ ବୁଟୁ ଭୂତ’ର ସୁଟିଂ ପାଇଁ ବାପା ଉତ୍ତମ ମହାନ୍ତିଙ୍କ ଦେହାନ୍ତ ପରେ ସେ ଲଣ୍ଡା ହୋଇନଥିଲେ ଆଜି ମହୋଦଧିରେ ବାପାଙ୍କ ଅସ୍ଥି ବିସର୍ଜନ ସହ ଲଣ୍ଡା ହୋଇଛନ୍ତି ଅଭିନେତା ବାବୁସାନ୍। ବାବୁସାନ୍ ଆଜି ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କ ଦର୍ଶନ ମଧ୍ୟ କରିଛନ୍ତି। ବାପାଙ୍କ ମୃତ୍ୟୁ ପରେ ଲଣ୍ଡା ହୋଇନଥିବାରୁ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଥିଲା। ଶେଷରେ ସେ ସୁଟିଂ ପରେ ଲଣ୍ଡା ହେବାକୁ ନେଇ ପ୍ରତିକ୍ରିୟାରେ କହିଥିଲେ ବାବୁସାନ୍।

Leave a comment