ବଲିଉଡରେ ଡେବ୍ୟୁ କରିବେ କିଙ୍ଗ ଖାନ୍‌ଙ୍କ ଲାଡିଲୀ ସୁହାନା

ବଲିଉଡରେ ଡେବ୍ୟୁ କରିବେ କିଙ୍ଗ ଖାନ୍‌ଙ୍କ ଲାଡିଲୀ ସୁହାନା

ମେଟ୍ରୋ ଟିଭି ଓଡିଶା,୮/୨ : ଶାହାରୁଖ୍ ଓ ଗୌରୀଙ୍କ ଲାଡଲୀ ସୁହାନା ଏବେ ବଲିଉଡ୍ରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି । ବାପାଙ୍କ ପରେ ସେ ଏବେ ବଲିଉଡ୍ ନିଜର ଜଲଓ୍ବା ଦେଖାଇବେ। ତାଙ୍କର ସୋସିଆଲ ମିଡିଆରେ ଫ୍ୟାନ୍ ଫଲୋର୍ସଙ୍କ ଧାଡି ଲମ୍ବିଛି । ଅନେକ ଦିନ ହେବ ସୁହାନାଙ୍କର ବଲିଉଡ୍ ନେଇ ଚର୍ଚ୍ଚା ଲାଗି ରହିଥିଲା । ସେ ମଧ୍ୟ ବଲିଉଡ୍ ଖୁବ୍ ଶୀଘ୍ର ଡେବ୍ୟୁ କରିବେ । ତାହା ବର୍ତ୍ତମାନ ସ୍ପଷ୍ଟ ହୋଇଛି। ତେବେ ନିକଟରେ ସୁହାନା ଡାଇରେକ୍ଟର ତଥା ନିର୍ଦ୍ଦେଶିକା ଜୋୟାଙ୍କ ଅଫିସ୍ ବାହାରେ ଦେଖିବାକୁ ମିଲିଥିଲା ।

Shah Rukh Khan's daughter Suhana Khan to make her Bollywood debut with Zoya  Akhtar's next? Here's what we know
pic credit -pinkvilla

ହେଲେ ଶୁଣିବାକୁ ମିଳୁଛି କି ଜୋୟା ସୁହାନଙ୍କୁ ତାଙ୍କର ଆଗାମୀ ଫିଲ୍ମରେ ନଜର ଆସିବା ନେଇ ଚର୍ଚ୍ଚା ହେଉଛି। ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ମଧ୍ୟ ହୋଇଥିଲା। ତାହାକୁ ନେଇ ଏବେ ବହୁ ଚର୍ଚ୍ଚା ଲାଗି ରହିଛି । ଜୋୟା ‘ଆର୍ଚି କମିକ୍ସ’ ଉପରେ ଏକ ଫିଲ୍ମ ତିଆରି କରିବାକୁ ଯାଉଛନ୍ତି। ଏହି ଫିଲ୍ମରେ ସୁହାନାଙ୍କ ବ୍ୟତୀତ ଶ୍ରୀଦେବୀଙ୍କ ସାନ ଝିଅ ଖୁସି କପୁର ଏବଂ ଅମିତାଭ ବଚ୍ଚନଙ୍କ ନାତୀ ଅଗସ୍ତ୍ୟା ନନ୍ଦାଙ୍କ ସହ ସ୍କ୍ରିନ୍ ସେୟାର କରିପାରନ୍ତି। ତେବେ ଏହି ଖବର କେତେ ଦୁର୍ ସତ ତାହା ପୂରା ଘଟଣା ସାମ୍ନାକୁ ଆସିବା ପରେ ହିଁ ଜଣାପଡିବ।

ଏହାକୁ ନେଇ ଜୋୟା କହିଛନ୍ତି କି ଏହା ନେଟ୍‌ଫ୍ଲିକ୍ସସ୍ ରିଲିଜ୍ ହେବ । ଶାହାରୁଖଙ୍କ ଝିଅ ସୁହାନା ଖାନ ନ୍ୟୁୟର୍କରେ ଆକ୍ଟିଂରେ ପାଠ ପଢ଼ିଛନ୍ତି। ସେ ଗତ ବର୍ଷ ନ୍ୟୁୟର୍କରୁ ଭାରତକୁ ଫେରିଛନ୍ତି। ନ୍ୟୁୟର୍କରେ ରହୁଥିବାବେଳେ ସୁହାନା ଅନେକ ଆକ୍ଟିଂ ଭିଡିଓରେ ଏବଂ ଅନେକ ସର୍ଟ ଫିଲ୍ମରେ କାମ କରିଛନ୍ତି ଏବଂ ତାଙ୍କ ଅଭିନୟର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ମଧ୍ୟ ହୋଇଛି।