ସିନେମା ‘ସୋଲଜର’ପାଇଁ ଅଭିନେତା ବବି ଦେୱାଲ ଓ ଅଭିନେତ୍ରୀ ପ୍ରୀତି ଜିଣ୍ଟା ଖୁବ ଲୋକପ୍ରିୟତା ପାଇଥିଲେ। ନିକଟରେ ରିଲିଜ ହୋଇଥିବା ସିନେମା ‘ଆନିମଲ’ର ସଫଳତା ପରେ ବବିଙ୍କ କ୍ରେଜ ପୁଣି ଥରେ ଦେଖିବାକୁ ମିଳିଛି। ଏହି କ୍ରମରେ ବବି ଦେୱାଲ ଓ ପ୍ରୀତି ଜିଣ୍ଟାଙ୍କ ପ୍ରଶଂସକଙ୍କ ପାଇଁ ଏକ ଭଲ ଖବର ରହିଛି।ସୋଲଜର’ର ପ୍ରଯୋଜକ ରମେଶ ତୌରାନି ନିଜର ଆଇକନିକ ସିନେମାର ସିକ୍ବେଲକୁ ନେଇ ନୂଆ ଖବର ସେୟାର କରିଛନ୍ତି। ରମେଶ ସ୍ପଷ୍ଟ କରିଛନ୍ତି କି, ତାଙ୍କ ପାଖରେ ‘ସୋଲଜର’ର ସିକ୍ବେଲ ପ୍ଲାନ ପ୍ରସ୍ତୁତ ଅଛି। ଖୁବଶୀଘ୍ର ସେ ଏହାର କାଷ୍ଟିଂ ଉପରେ କାମ ଆରମ୍ଭ କରିବେ। ଆଗାମୀ ବର୍ଷ ସେ ସିନେମାର ସୁଟିଂ ଆରମ୍ଭ କରିବେ। ତେବେ କାହାଣୀକୁ ଦେଖି କଳାକର ଚୟନ କରାଯିବ। ଏଯାବତ କେଉଁ ଭୂମିକାରେ କେଉଁ ଅଭିନେତା ଓ ଅଭିନେତ୍ରୀଙ୍କୁ ନିଆଯିବ ସେଥିପାଇଁ କିଛି ସ୍ଥିର କରାଯାଇନାହିଁ।’କିଛିଦିନ ପୂର୍ବରୁ ବବି ଦେୱାଲ ‘ସୋଲଜର’ର ସିକ୍ବେଲକୁ ନେଇ ଏକ ସଙ୍କେତ ଦେଇଥିଲେ। ଆଉ କହିଥିଲେ ଏହି ସିନେମା ପାଇଁ ରମେଶ ମୋତେ ଚୟନ କରି ପାରନ୍ତି। ଦ୍ବିତୀୟ ଥର ଏହି ସିନେମାର କାମ କରିବାର ସୁଯୋଗ ପାଇଲେ ଏହାକୁ ମୁଁ ମୋର ସୌଭାଗ୍ୟ ଭାବିବି।’ତେବେ ‘ସୋଲଜର’ ସିକ୍ବେଲକୁ ନେଇ ଅଭିନେତ୍ରୀ ପ୍ରୀତି ଜିଣ୍ଟାଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ। କିନ୍ତୁ କିଛି ବିଶେଷ ସୂତ୍ରରୁ ଖବର ମିଳିଛି ‘ସୋଲଜର-୨’ରେ ବବି ଓ ପ୍ରୀତି ମୁଖ୍ୟ ଭୂମିକାରେ ଅଭିନୟ କରିବେ।
Trending
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ
Prev Post
Next Post