ଦେଶ କ’ଣ ଦେଶ ବାହାରେ ମଧ୍ୟ ଦର୍ଶକଙ୍କ ମନରୁ ଏହାର ପ୍ରଭାବ କମିନାହିଁ । ଏବେ ଫ୍ୟାନ୍ ଆଲୁ ଅର୍ଜୁନଙ୍କ ‘ପୁଷ୍ପା-୨: ଦି ରୁଲ୍’ର ରିଲିଜ୍କୁ ଅପେକ୍ଷା କରି ରହିଛନ୍ତି । ଏବେ ଫିଲ୍ମର ଶୁଟିଂ ପ୍ରାୟତଃ ସରିଯିବାକୁ ବସିଲାଣି । ତେବେ ଫିଲ୍ମକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । କୁହାଯାଉଛି କି ସୁକୁମାର ଦ୍ୱାରା ନିର୍ଦ୍ଦେଶିତ ଏହି ହିିଟ୍ ଫ୍ରାଞ୍ଚାଇଜର ଦ୍ୱିତୀୟ ଭାଗ ଲାଗି ଆଲୁ ଅର୍ଜୁନ କୌଣସି ଫି’ ନେଉନାହାନ୍ତି । କିନ୍ତୁ ସେ ନିର୍ମାତାଙ୍କ ସହ ଏପରି ଏକ ଡିଲ୍ କରିଛନ୍ତି ଯେଉଁଥିପାଇଁ ସେ ଏହି ଫିଲ୍ମରୁ କୋଟି କୋଟି ଟଙ୍କା ରୋଜଗାର କରିବେ ।ଏହି ଫିଲ୍ମ ଲାଗି ସେ ଯେଉଁ ଡିଲ୍ କରିଛନ୍ତି ସେହି ହିସାବରେ ସେ ଫିଲ୍ମର ମୋଟ ଆୟରୁ ୩୩% ପାଇବେ । ତେବେ ଏହି ୩୩% ଡିଲ୍ କେବଳ ସିନେମାଘରର ଆୟ ପର୍ଯ୍ୟନ୍ତ ସୀମିତ ନୁହେଁ ବରଂ ଏହା ଓଟିଟି ରାଇଟସ୍, ସାଟେଲାଇଟସ୍ ରାଇଟ୍ ଓ ଥିଏଟର ରାଇଟ୍ ସବୁକୁ ମିଶାଇ ଯାହା ବି ରକମ ଆୟ ହେବ ତାହାର ୩୩% ରହିଛି । କିନ୍ତୁ ଆଲୁ ଅର୍ଜୁନ କି ଫିଲ୍ମ ନିର୍ମାତା ଏହା ଉପରେ କୌଣସି ବୟାନ ରଖିନାହାନ୍ତି ।ଏଠାରେ ସୂଚାଇ ଦିଆଯାଇପାରେ କି ପୁଷ୍ପା ୨ରେ ଆଲୁ ଅର୍ଜୁନଙ୍କ ସହିତ ରଶ୍ମିକା ମନ୍ଦାନା, ଫହାଦ ଫାସିଲ, ଜଗପତି ବାବୁଙ୍କ ସହିତ ବହୁ ଷ୍ଟାର ମୁଖ୍ୟ ଭୂମିକାରେ ନଜର ଆସିବେ ।
Trending
- ଓଡ଼ିଶା ମଣ୍ଡପ ପାଇଁ ଭୁବନେଶ୍ବରର ଚନ୍ଦ୍ରଶେଖରପୁରରେ ଜାଗା ଚିହ୍ନଟ
- ଆମେ ପ୍ରତିଶ୍ରୃତି ଦେଇଥିବା ୨୧ଟି କାର୍ଯ୍ୟକ୍ରମ ମଧ୍ୟରୁ ଏକ ବର୍ଷ ଭିତରେ ୧୧ଟି କାର୍ଯ୍ୟକାରୀ କରିଛୁ- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ନିର୍ମାଣାଧୀନ ୬ ମହଲା କୋଠାରୁ ପଡ଼ି ଜଣେ ଶ୍ରମିକ ମୃତ
- ଯବାନଙ୍କ ଗୁଳିରେ 7 ମାଓବାଦୀ ଗିରଫ
- କଂଗ୍ରେସ ସାଂସଦ ସୋନିଆ ଗାନ୍ଧୀ ଅସୁସ୍ଥ ,ଡାକ୍ତରଖାନାରେ ଭର୍ତ୍ତି
- 4 ଟି ପ୍ରସ୍ତାବ ବାଜିଲା କ୍ୟାବିନେଟ ମୋହର , ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜାନା କୁ ମିଳିଲା ଅନୁମୋଦନ
- ବିକଶିତ କୋଟିଆ ପାଇଁ ମାଷ୍ଟର ପ୍ଲାନ
- ରାଜ୍ୟରେ ଆଉ ୭ ନୂଆ କୋଭିଡ ପଜିଟିଭ୍ ଚିହ୍ନଟ
- ଆଜି ରୁକ୍ମିଣୀ ହରଣ ଏକାଦଶୀ , ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ବିବାହ ଉତ୍ସବ
- ବିଶ୍ଵର ସର୍ବୋଚ୍ଚ ସେତୁ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ
Prev Post
Next Post