ପୁଷ୍ପା ଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଇନଷ୍ଟାଗ୍ରାମରେ ମିଲିୟନ ଫଲୋର୍ସ
ମେଟ୍ରୋ ଟିଭି ଓଡିଶା,୧୬/୧: ଅଲ୍ଲୁ ଅର୍ଜୁନଙ୍କ ଦମଦାର ଆକ୍ଟିଂରେ ଫିଲ୍ମ ପୁଷ୍ପା ଦର୍ଶକଙ୍କ ମନକୁ ଜିତ ପାରିଛି । ଏହି ସାଉଥ୍ ଷ୍ଟାଇଲିସ ଷ୍ଟାର ଅଲ୍ଲୁ ଅର୍ଜୁନ ନିଜ ଅଭିନୟ ଓ ଡାନ୍ସ ଷ୍ଟେପ ପାଇଁ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି । ତେବେ ବର୍ତ୍ତମାନ ଖାଲି ତେଲୁଗୁ ଚଳଚ୍ଚିତ୍ର ଦୁନିଆରେ ନୁହେଁ ବଲିଉଡ୍ ସିନେମା ଜଗତରେ ମଧ୍ୟ ନିଜ ଅଭିନୟର ଦେଖାଇ ଦର୍ଶକଙ୍କ ମନ ଜିତିବାକୁ ଯାଉଛନ୍ତି । ହେଲେ ଏବେ ସେ ଖୁବ୍ ଚର୍ଚ୍ଚାରେ। କାରଣ ତାଙ୍କ ଫିଲ୍ମ ପୁଷ୍ପା ଏବେ ସିନେମା ଜଗତରେ ଚହଳ ପକାଇଛି ।
ପୁଷ୍ପା ଫିଲ୍ମ ରିଲିଜ ହେବା ପରେ ଏବଂ ଏହାକୁ ଦର୍ଶକ ଦେଖିସରିବା ପରେ ଫିଲ୍ମକୁ ନେଇ କେବଳ ଭଲ କମେଣ୍ଟ ହିଁ ଶୁଣିବାକୁ ମିଳୁଛି ଓ ଏହାର ଭଲ ରିଭ୍ୟୁ ମଧ୍ୟ ରହିଛି । ତେବେ ଅଲ୍ଲୁ ଅର୍ଜୁନଙ୍କ ଫ୍ୟାନ ଫଲୋଇଂ ମଧ୍ୟ ଏବେ ବଢ଼ି ଯାଇଛି। ଯାହା ପାଇଁ ସେ ତାଙ୍କର ସମସ୍ତ ଫ୍ୟାନ୍ସଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି। ଅଲ୍ଲୁ ଅର୍ଜୁନଙ୍କ ଇନଷ୍ଟାଗ୍ରାମରେ ତାଙ୍କ ଫଲୋର୍ସଙ୍କ ସଂଖ୍ୟା ୧୫.୧ ମିଲିୟନରେ ପହଞ୍ଚିଛି । ଜଣେ ସାଉଥ୍ ଷ୍ଟାର ପାଇଁ ଏତେ ଭଲ ପାଇବା ଦେଖି ସେ ଭାବୁକ ହୋଇଯାଇଥିଲେ ଓ ନିଜର ଏକ ଭଲ ଫଟୋ ସେୟାର କରି ନିଜ ଫ୍ୟାନ୍ସଙ୍କୁ ଧନ୍ୟବାଦ ଜଣାଇଥିଲେ ।