ପୁଷ୍ପାର ଡାଇଲଗ କହି ଚର୍ଚ୍ଚାରେ ଡେଭିଡ ୱାର୍ଣ୍ଣର

ପୁଷ୍ପାର ଡାଇଲଗ କହି ଚର୍ଚ୍ଚାରେ ଡେଭିଡ ୱାର୍ଣ୍ଣର

image credit-hindustan times

ମେଟ୍ରୋ ଟିଭି ଓଡିଶା,୨୩/୧ : ସାଉଥ ଷ୍ଟାର ଅଲୁ ଅର୍ଜୁନଙ୍କ ଫିଲ୍ମ ଏବେ ସମଗ୍ର ବିଶ୍ୱରେ ଧମାଲ କରିବାରେ ଲାଗିଛି । ପୁଷ୍ପା; ଦ ରାଇଜ ଫିଲ୍ମର ଜବରଦସ୍ତ ଡାଇଲଗ ଏବେ ଛୋଟ ବଡଙ୍କ ମୁହଁରେ । ସମସ୍ତଙ୍କୁ ବେଶ୍ ପସନ୍ଦ ଆସିଛି ଏହି ଫିଲ୍ମ ପୁଷ୍ପା । ଏହି ଫିଲ୍ମରେ ଅଲି ଅର୍ଜୁନଙ୍କ ସହ ରଶ୍ମିକା ମନ୍ଦାନା ଅଭିନୟ କରିଛନ୍ତି । କେବଳ ଫ୍ୟାନ୍ସ କିମ୍ବା ଦର୍ଶକେ ନୁହେଁ, କ୍ରିକେଟ ଷ୍ଟାରଙ୍କ ଉପରେ ମଧ୍ୟ ପୁଷ୍ପା ଫିଲ୍ମର ଯାଦୁ ଦେଖିବାକୁ ମିଳିଛି।

image credit-india tv news

ସୂଚନା ଅନୁସାରେ,ଅଷ୍ଟ୍ରେଲିଆ କ୍ରିକେଟରର ଡେଭିଡ ୱାର୍ଣ୍ଣର ସୋସିଆଲ ମିଡିଆରେ ସଦାସର୍ବଦା ଆକ୍ଟିଭ । ଭାରତୀୟ ଫିଲ୍ମ ପାଇଁ ସବୁବେଳେ ତାଙ୍କର ଅଲଗା ପ୍ରେମ ଦେଖିବାକୁ ମିଳିଥାଏ। ଡେଭିଡ ଓ୍ଵାର୍ଣ୍ଣର ଅନେକ ଫିଲ୍ମ ଗୀତରେ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି। ଏବେ ପୁଣି ପୁଷ୍ପା ଫିଲ୍ମର ଡାଇଗଲକୁ ଇନଷ୍ଟାରେ ସେୟାର କରିଛନ୍ତି। ୱାର୍ଣ୍ଣର ପ୍ରାୟତ Instagram ବଲିଉଡ ଏବଂ ଟଲିଉଡର ଡ୍ୟାନ୍ସ-ଡାଏଲଗ୍ ଭିଡିଓଗୁଡ଼ିକୁ ନିଜ ସେୟାର କରିବାକୁ ପସନ୍ଦ କରନ୍ତି । ଏବେ କିନ୍ତୁ ସେ ଅଲୁ ଅର୍ଜୁନଙ୍କ ଫିଲ୍ମ ‘ପୁଷ୍ପା’ ପାଇଁ ବେଶ୍ ଛାଇଯାଇଛନ୍ତି । ପୂର୍ବରୁ ପୁଷ୍ପା ଲୁକ ପାଇଁ ଭାରତୀୟ କ୍ରିକେଟର ରବୀନ୍ଦ୍ର ଜାଡେଜା ବେଶ୍ ଫେମସ ହୋଇଥିଲେ । ଡେଭିଡ ୱାର୍ଣ୍ଣର ପୁଷ୍ପା ଫିଲ୍ମର ଶ୍ରୀଭଲୀ ଗୀତର ହୁକ୍ ଷ୍ଟେପକୁ କପି କରିଛନ୍ତି । ୱାର୍ଣ୍ଣର ଏହି ଷ୍ଟେପକୁ ଏତେ ଭଲ ଭାବରେ କପି କରିଛନ୍ତି ଯେ, ନିଜେ ଫିଲ୍ମର ହିରୋ ଅଲୁ ଅର୍ଜୁନ ମଧ୍ୟ ଏହି ଭିଡିଓ ଉପରେ ମନ୍ତବ୍ୟ ଦେବାରେ ନିଜକୁ ଅଟକାଇ ପାରିବେ ନାହାଁନ୍ତି । ୱାର୍ଣ୍ଣରଙ୍କ ପୂର୍ବରୁ ରବିନ୍ଦ୍ର ଜାଡେଜା, ଶିଖର ଧୱନ, ଇଶାନ କିଶନ, ସୂର୍ଯ୍ୟକୁମାର ଯାଦବ ମଧ୍ୟ ପୁଷ୍ପା ଫିଲ୍ମର ଡାଇଲଗ କହୁଥିବା ନଜର ଆସିଛନ୍ତି।