ନିରବି ଗଲେ ସୁର ସାମ୍ରାଜ୍ଞୀ

ନିରବି ଗଲେ ସୁର ସାମ୍ରାଜ୍ଞୀ

ମେଟ୍ରୋ ଟିଭି ଓଡିଶା,୬/୨ : ହିନ୍ଦୀ ସିନେମା ଏବଂ ମ୍ୟୁଜିକ ଜଗତକୁ ସ୍ତବ୍ଧ କରିବା ଭଳି ଖବର ଏବେ ସାମ୍ନାକୁ ଆସିଛି । ଯାହାକୁ ଶୁଣି ସମସ୍ତେ ହତବାକ ହେବା ସହ ଦୁଃଖିତ। ସ୍ୱର ସମ୍ରାଜ୍ଞୀ ଲତା ମଙ୍ଗେସଙ୍କର ଆଉ ନାହାନ୍ତି । ୯୨ ବର୍ଷ ବୟସରେ ଲତା ମଙ୍ଗେସକର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ବଲିଉଡ୍ ଜଗତର କିମ୍ବଦନ୍ତୀ ଗାୟିକା ତଥା ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ରବିବାର ଅର୍ଥାତ୍ ଆଜି ସକାଳେ ମୃତ୍ୟୁ ହୋଇଛି ।

ତାଙ୍କ ମୃତ୍ୟୁ ଖବର ଏକ ଜାତୀୟ ଗଣମାଧ୍ୟମରୁ ଖବର ଜଣାପଡିଛି । କିଛି ଦିନ ତଳେ ସେ କରୋନା ପଜିଟିଭ୍ ହୋଇଥିବା ବେଳେ ତାଙ୍କୁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା । ଦୀର୍ଘ ୨୯ ଦିନ ଧରି ଭେଣ୍ଟିଲେଟ୍ ରହି ଚିକିତ୍ସିତ ହେଉଥିଲେ ।


ଯେଉଁଥିରେ ତାଙ୍କୁ ଆଇସିୟୁରେ ରଖାଯାଇଥିଲା । ପରେ ଡାକ୍ତରୀଦଳମାନେ ତାଙ୍କର ବହୁ ଚେଷ୍ଟା ବଳରେ ଚିକିତ୍ସା କରିଥିଲେ । କିଛିଦିନ ହସ୍ପିଟାଲରେ ରହିବା ସ୍ବାସ୍ଥ୍ୟରେ ଉନ୍ନତି ଆସିଥିଲା। ହେଲେ ହଠାତ୍ ଗତକାଲି ତାଙ୍କ ସ୍ବାସ୍ଥ୍ୟବସ୍ଥା ଅତି ଗୁରୁତର ହେବାରୁ ଭେଣ୍ଟିଲେଟରେ ରଖାଯାଇଥିଲା । ତାଙ୍କ ସ୍ବାସ୍ଥ୍ୟ ଗୁରୁତର ଥିବା ଖବର ଶୁଣି ଅନେକ ବଡ ବଡ ତାରକା ତାଙ୍କୁ ଭେଟିବାକୁ ଯାଇଥିଲେ ।

ହେଲେ ଆଜି ସକାଳେ ଲତା ମଙ୍ଗେସକର ଦେହାନ୍ତ ହୋଇଛି । ତାଙ୍କ ଅନ୍ତିମ୍ ଦର୍ଶନ ଶିବାଜୀ ପାର୍କକୁ ଅଣାଯିବ ପାର୍ଥିବ ଶରୀର । ହସଂଲ ମେହେତାଙ୍କ ସହ ନିତୀନ ଗଡକାରୀ ମଧ୍ୟ ଲତାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି । ଧିରେ ଧିରେ ସୋସିଆଲ୍ ମିଡିଆରେ ଅନେକ ତାରକା ଟ୍ବିଟ୍ କରି ସମବେଦନା ସହ ଶ୍ରଦ୍ଧାଞ୍ଜଳୀ ଜଣାଉଛନ୍ତି । ୩୦ ହଜାରରୁ ଅଧିକ ଗୀତ ଗାଇଥିବା ଲତା ଦିଦିଙ୍କ ମୃତ୍ୟୁ ଖବର ଶୁଣି ସାରା ଦେଶରେ ଶୋକର ଛାୟା ଖେଲି ଯାଇଛି । ଭାରତୀୟ ସଂଗୀତ ଜଗତରେ ତାଙ୍କ ଅବଦାନ ଅତୁଳନୀୟ ।