ନିଜ ହଳଦୀରେ ଠୁମକ୍ମା ଲଗାଇ ଚର୍ଚ୍ଚାରେ ମୌନୀ ରୟ

ନିଜ ହଳଦୀରେ ଠୁମକ୍ମା ଲଗାଇ ଚର୍ଚ୍ଚାରେ ମୌନୀ ରୟ

ମେଟ୍ରୋ ଟିଭି ଓଡିଶା,୨୭/୧ : ବଲିଉଡ ଅଭିନେତ୍ରୀ ମୌନୀ ରୟ ଶେଷରେ ନିଜର ଦୀର୍ଘ ଦିନର ପ୍ରେମିକା ସୁରଜ ନାମ୍ବିଆରଙ୍କୁ ବିବାହ କରୁଛନ୍ତି । ଗୋଆରେ ସେମାନଙ୍କର ବିବାହ ପୂର୍ବର ଉତ୍ସବ ଆରମ୍ଭ ହୋଇଯାଇଛି । ସେମାନଙ୍କର ମ୍ୟାରେଜର ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି।ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ମୌନୀ ରୟ ଏକ ସୁନ୍ଦର ହଳଦିଆ ରଙ୍ଗର ଲେହେଙ୍ଗାରେ ‘ମେହେନ୍ଦି ହେ ରାଖନେୱାଲି’ରେ ନାଚୁଥିବାର ଦେଖିବାକୁ ମିଳୁଛି। ଏହି ଭିଡିଓ ଟି ସେଲିବ୍ରିଟି ଫଟୋଗ୍ରାଫର ଭାଇରାଲ ଭାୟାନୀ କ୍ୟାପସନରେ ଲେଖିଛନ୍ତି, ‘ଖୁବସୁରତ୍ ଦୁଲ୍ଲହନ’ ମୌନୀ ରୟ ।ସୋସିଆଲ ମିଡିଆ ୟୁଜର୍ସ ମାନେ ଏହି ଭିଡିଓ ଦେଖିବା ପରେ ମୌନୀଙ୍କୁ ପ୍ରଶଂସାର ସୁଅ ଛୁଟୁଛି । ତାଙ୍କର ଅନେକ ପ୍ରଶଂସକ ଏହି ଭିଡିଓରେ କମେଣ୍ଟ ବକ୍ସରେ ବିଭିନ୍ନ ଇମୋଜୀ ସେୟାର କରୁଛନ୍ତି।

https://www.instagram.com/reel/CZM44SRFc5h/?utm_source=ig_web_copy_link
suorce- instagram (viralbhayani)

ଏହି ହଳଦୀ ସମାରୋହରେ ଅନେକ ସେଲିବ୍ରିଟି ଅତିଥିଙ୍କୁ ଦେଖିବାକୁ ମିଳିଥିଲା। ଅର୍ଜୁନ ବିଜଲାନି, ମନ୍ଦିରା ବେଦୀ ଏବଂ ଆଶ୍କା ଗୋରାଡିଆଙ୍କ ସହ ତାଙ୍କର ଘନିଷ୍ଠ ବନ୍ଧୁମାନେ ମଧ୍ୟ ତାଙ୍କ ହଳଦୀ ସେରିମନି ଫଟୋ ଏବଂ ଭିଡିଓ ସେୟାର କରିଥିଲେ। ଏହି ଅବସରରେ ସୁରଜ ପୁରା ଧଳା ପୋଷାକରେ ଦେଖାଦେଇଥିଲେ। ଅନ୍ୟପଟେ ଅର୍ଜୁନ ମୌନୀଙ୍କ ଏକ ବୁମେରାଙ୍ଗ ଭିଡିଓକୁ ମଧ୍ୟ ଟ୍ୟାଗ୍ କରିଛନ୍ତି ।

https://www.instagram.com/reel/CZOI48-lpO0/?utm_source=ig_web_copy_link
source-instagram (viralbhayani)


ସୂଚନା ଅନୁସାରେ, ମୌନୀ ଓ ସୂରଜ ଉଭୟ ବଙ୍ଗାଳୀ ଏବଂ ଦକ୍ଷିଣ ଭାରତୀୟ ରୀତିନୀତି ଅନୁସାରେ ବିବାହ କରିବେ। ମୌନୀ ଟିଭିରୁ ନେଇ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରୀରେ ମଧ୍ୟ କାମ କରିଛନ୍ତି। ମୌନୀଙ୍କ ନାମ ସଫଳ ଅଭିନେତ୍ରୀମାନଙ୍କ ମଧ୍ୟରେ ରହିଛି। ସେ ଦୀର୍ଘ ଦିନରୁ ସୂରଜଙ୍କୁ ଡେଟ କରୁଛନ୍ତି। ସୂରଜ ଦୁବାଇର ଜଣେ ବେଷ୍ଟ ବ୍ୟାଙ୍କର ଏବଂ ବିଜନେସ୍ ମ୍ୟାନ। ମୌନୀଙ୍କ ବିବାହ ଉତ୍ସବ ଦୁଇ ଦିନ ଧରି ଚାଲିବ।