ଚିତା ବାଘକୁ କିସ୍ କଲେ ଯୁବତୀ

ଚିତା ବାଘକୁ କିସ୍ କଲେ ଯୁବତୀ

ମେଟ୍ରୋ ଟିଭି ଓଡିଶା,୫/୧: ସୋସିଆଲ ମିଡିଆରେ ଏବେ ବିଭିନ୍ନ ପ୍ରକାରର ଭିଡିଓ ଭାଇରାଲ ହେଉଛି । ଏହି ସବୁ ଭିଡିଓ କିଛି ନା କିଛି ଆଶ୍ଚର୍ଯ୍ୟ ଜନକ ଘଟଣା ଉପରେ ଆଧାରିତ ଥାଏ । ଆମେ ସାଧାରଣ ଜୀବନରେ ବିଭିନ୍ନ ପଶୁପକ୍ଷୀଙ୍କୁ ପାଳନ କରିଥାଉ । ଏହି ସବୁ ପଶୁପକ୍ଷୀ ଘରୋଇ କିମ୍ବା ବନ୍ୟପ୍ରାଣୀ ମଧ୍ୟ ହୋଇଥାନ୍ତି । ଏହି ପରି ଏକ ଆଶ୍ଚର୍ଯ୍ୟ ଜନକ ଭିଡିଓ ଭାଇରାଲ ହୋଇଛି ଯେଉଥିରେ ଜଣେ ଯୁବତୀ ଏକ ଚିତା ବାଘକୁ କିସ୍ କରୁଥିବାର ନଜ୍‌ର ଆସିଛି । ଏହି ଭିଡିଓ ଦେଖି ଦର୍ଶକମାନଙ୍କ ହୋସ୍ ଉଡ଼ିଯାଉଛି ।
ଚିତା ବାଘ ଦୁନିଆର ସବୁଠାରୁ ଭୟଙ୍କର ପ୍ରାଣୀମାନଙ୍କ ମଧ୍ୟରୁ ଅନ୍ୟତମ । ଚିତା ବାଘର ତୀବ୍ର ବେଗଠାରୁ ଆରମ୍ଭ କରି ତା’ର ଶିକାର କରିବାର କଳା ପର୍ଯ୍ୟନ୍ତ ସବୁ କଥା ବିଷୟରେ ଲୋକେ ଜାଣନ୍ତି । ଏହି କାରଣରୁ ଚିତା ବାଘ ସାମ୍ନାକୁ ଆସିବା ମାତ୍ରେ ହିଁ ମଣିଷର ହୃଦସ୍ପନ୍ଦନ ବଢ଼ିଯାଏ । ଏପରି ସ୍ଥିତିରେ ଯଦି ଏହି ଯୁବତୀ ଦୁଇଟି ଚିତା ବାଘଙ୍କ ମଝିରେ ବସି ସେମାନଙ୍କୁ ନିଜ ପ୍ରେମ ଦେଖାଉଥିବା ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।
ଚିତା ବାଘ ଓ ଯୁବତୀଙ୍କ ଏହି ଆଶ୍ଚର୍ଯ୍ୟଜନକ ଭିଡିଓ ଇନଷ୍ଟାଗ୍ରାମରେ ଆର୍ଥଫୋକସ୍ ନାମକ ଏକ ଆକାଉଣ୍ଟରେ ଶେୟାର୍ କରାଯାଇଛି । ୪ ଲକ୍ଷ ୬୨ ହଜାରରୁ ଅଧିକ ଥର ଦେଖାଯାଇସାରିଲାଣି ।

sources-earthfocus