ଗତ ବର୍ଷ ଫିଲ୍ମ ବିକ୍ରମରୁ ଦମଦାର କମ୍ ବ୍ୟାକ୍ କରିଥିବା କମଲ ହାସନ ପୁଣି ଚର୍ଚ୍ଚାରେ ଅଛନ୍ତି । ଭାରତୀୟ ସିନେମାରେ ଭିନ୍ନ ପରିଚୟ ସୃଷ୍ଟି କରିଥିବା କମଲ ହାସନଙ୍କୁ କୌଣସି ପୁରଷ୍କାର ମିଳିବା ସାଧାରଣ କଥା । ତାଙ୍କର ଅଭିନୟର ଟ୍ୟାଲେଣ୍ଟ ପାଇଁ ସେ ଘରେ ଘରେ ପରିଚିତ । କିନ୍ତୁ ଏଥର ତାଙ୍କୁ ମିଳିଥିବା ପୁରଷ୍କାର ଅନେକ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି ।କମଲ ହାସନଙ୍କ ଅଭିନୟର କଳା ସମସ୍ତଙ୍କ ପାଇଁ ପ୍ରଶ୍ନ ସୃଷ୍ଟି କରେ । ତାଙ୍କର ଚମତ୍କାର ଅଭିନୟରେ ଫ୍ୟାନ୍ସମାନେ ମୋହିତ ହୋଇଯାନ୍ତି । ପ୍ରତ୍ୟେକ ଫିଲ୍ମରେ ସେ ଭିନ୍ନ ଭିନ୍ନ ଅନ୍ଦାଜରେ ଦର୍ଶକଙ୍କୁ ଆକର୍ଷିତ କରନ୍ତି । ଅନେକ ଭାଷାରେ ଫିଲ୍ମ କରିଥିବା କମଲ ଭାରତନାଟ୍ୟମ ଡ୍ୟାନ୍ସର ଭାବେ ମଧ୍ୟ ବେଶ ଜଣାଶୁଣା । ଡାଇରେକ୍ସନ, ସ୍କ୍ରିନ୍ ପ୍ଲେ ରାଇଟିଙ୍ଗ ଏବଂ ଷ୍ଟୋରୀ ଲେଖିବା ପାଇଁ ମଧ୍ୟ ତାଙ୍କୁ ଅନେକ ପୁରଷ୍କାର ମିଳିଛି । କିନ୍ତୁ ଏଥର ତାଙ୍କୁ ଯେଉଁ ପୁରଷ୍କାର ମିଳିଛି ତାହା ସମ୍ପୂର୍ଣ୍ଣ ଭିନ୍ନ । SIIMA ବା ସାଉଥ ଇଣ୍ଡିଆନ ଇଣ୍ଟରନ୍ୟାସନାଲ ମୁଭି ଆଓ୍ଵାର୍ଡରେ କମଲ ହାସନଙ୍କୁ ବିକ୍ରମ ଚଳଚ୍ଚିିତ୍ର ପାଇଁ ବେଷ୍ଟ ଆକ୍ଟର ଆଓ୍ଵାର୍ଡ ମିଳିଛି । ଏହା ସହିତ ସେ ଫିଲ୍ମରେ ଏକ ଗୀତ ଗାଇଥିଲେ, ଯେଉଁଥିପାଇଁ ତାଙ୍କୁ ବେଷ୍ଟ ସିଙ୍ଗର ଆଓ୍ଵାର୍ଡ ମିଳିଛି ।
Trending
- ବିହାର ନିର୍ବାଚନ ତାରିଖ ଘୋଷଣା କଲେ ନିର୍ବାଚନ କମିଶନର: ନଭେମ୍ବର ୧୧ ତାରିଖରେ ନୂଆପଡ଼ା ଉପନିର୍ବାଚନ
- ପୋଲିସ ଏସ୍ଆଇ ନିଯୁକ୍ତି ଘଟଣା: ଦୋଷୀଙ୍କୁ ଧରିବା ପାଇଁ ସିବିଆଇ କ’ଣ ଦରକାର ପଡ଼ିଲେ ଏନ୍ଆଇଏ ତଦନ୍ତ ହେବ
- କଟକରେ ବିଶୃଙ୍ଖଳା ସୃଷ୍ଟି କରିଥିବା ୮ ଜଣଙ୍କୁ ଗିରଫ କଲା ପୋଲିସ
- ନୂଆପଡ଼ାରେ ମୁଖ୍ୟମନ୍ତ୍ରୀ
- କଟକ ସହରରେ ସ୍ଥିତି ନିୟନ୍ତ୍ରଣ : ଇଣ୍ଟରନେଟ୍ ବନ୍ଦ
- କାଶ ସିରପର ଗୁଣବତ୍ତା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ
- ପୁଲିସ ଏସ୍ଆଇ ପରୀକ୍ଷା ଜାଲିଆତିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ କଡା ନିର୍ଦେଶ
- ଶ୍ରୀକ୍ଷେତ୍ରକୁ ଛୁଟିଲେଣି ହବିଷ୍ୟାଳି
- ଆଜି ବିରାଜିବେ ମା’ ଗଜଲକ୍ଷ୍ମୀ
- ମୁଖ୍ୟମନ୍ତ୍ରୀଙ୍କ ନୂଆପଡ଼ା ଗସ୍ତ ଆଜି