‘ବିଗ୍ ବସ୍ ୧୭’ ଫାଇନାଲ୍ ର ବିଜେତା କିଏ ହେବ? ସମସ୍ତଙ୍କ ମନରେ ଏଇ ଗୋଟାଏ ପ୍ରଶ୍ନ। କାରଣ ଫାଇନାଲ୍କୁ ଆଉ ମାତ୍ର ୫ ଦିନ ବାକି ଅଛି। ଜାନୁଆରି ୨୮ ତାରିଖରେ ସୋ’ର ଅନ୍ତିମ ଏପିସୋଡ୍ ଦେଖିବାକୁ ମିଳିବ। ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛନ୍ତି ଅଙ୍କିତା ଲୋଖଣ୍ଡେ, ମୁନୱର ରାଣା, ମନ୍ନାରା ଚୋପ୍ରା, ଭିକି ଜୈନ୍, ଅରୁଣ ମାସୋଟ୍ଟୀ ଏବଂ ଅଭିଷେକ କୁମାର।ଭିତରେ କଲର୍ସ ଚ୍ୟାନେଲରୁ ଏକ ଆଶ୍ଚର୍ଯ୍ୟଜନକ ଟୁଇଟ୍ ଆସିଛି। ଯେଉଁ ଟ୍ବିଟ୍କୁ ଦେଖିବା ପରେ ଏକ ପ୍ରକାରର ନିଶ୍ଚିତ ହୋଇଛି ଯେ ଅଙ୍କିତା ଲୋଖଣ୍ଡେ ବିଜେତା ହେବାର ସମ୍ଭାବନା ନାହିଁ।କଲର୍ସ ଚ୍ୟାନେଲର ଏହି ଟୁଇଟ୍ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଟୁଇଟ୍ ସୂଚିତ କରେ ଯେ କଲର୍ସ ଚ୍ୟାନେଲ ଅଙ୍କିତା ଲୋଖଣ୍ଡେଙ୍କୁ ସମ୍ଭାବ୍ୟ ବିଜେତା ଭାବରେ ଦେଖୁନାହିଁ। କଲର୍ସ ଚ୍ୟାନେଲ କରିଥିବା ଟ୍ବିଟ୍ରେ ପଚରାଯାଇଛି ଯେ ଯଦି ଆପଣଙ୍କୁ ସୁଯୋଗ ଦିଆଯାଏ, ତେବେ ଆପଣ କାହାକୁ ଟ୍ରଫି ଦେବାକୁ ଚାହୁଁଛନ୍ତି? ଏଥିପାଇଁ ତିନୋଟି ବିକଳ୍ପ ଦିଆଯାଇଥିଲା: ମନନାରା ଚୋପ୍ରା, ମୁନାୱାର୍ ରାଣା ଏବଂ ଅଭିଷେକ କୁମାର। ଏହିମାନଙ୍କ ମଧ୍ୟରେ ଅଙ୍କିତା ଲୋଖଣ୍ଡେଙ୍କ ନାମ ନାହିଁ। ତେଣୁ ଜଣାପଡୁଛି ଯେ ଅଙ୍କିତା ବୋଧହୁଏ ଦୌଡ଼ରେ ନାହାନ୍ତି।
Trending
- ବିହାର ରେ ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ , ସନ୍ଧ୍ୟା ୫ ଟା ସୁଦ୍ଧା ରାଜ୍ୟରେ ୬୦.୧୩ ପ୍ରତିଶତ ଭୋଟର ମତଦାନ ରେକର୍ଡ
- ନବୀନଙ୍କ ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ବିହାର ବିଧାନସଭା ନିର୍ବାଚନ , ଦିନ ୧୦ଟା ସୁଦ୍ଧା ୧୩.୧୩% ମତଦାନ
- ଗ୍ରୀନ୍ ଇଣ୍ଡିଆ ଚିଟ୍ ଫଣ୍ଡ୍ ଠକେଇ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ବ୍ରହ୍ମପୁରରେ ଚଢ଼ାଉ କରିଛି
- ଗୁରୁବାର ପାଇଁ ମାଡ଼ ଖାଇଛି ଛାଡ଼ଖାଇ
- ଆଜି ବିହାରରେ ପ୍ରଥମ ପର୍ଯ୍ୟାୟ ମତଦାନ,୧୩୧୪ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି ୩କୋଟି ୭୫ଲକ୍ଷ ଭୋଟର
- ବାଲିଯାତ୍ରା ଏକ ପର୍ବ ନୁହେଁ, ଏହା ଓଡ଼ିଶାର ଗୌରବମୟ ନୌବାଣିଜ୍ୟ ଐତିହ୍ୟ ଓ ସାଧବଙ୍କ ଦୁଃସାହସିକ ମନୋବଳର ପ୍ରତୀକ
- ବେଦାନ୍ତ ଆଲୁମିନିୟମ୍ ଝାରସୁଗୁଡାରେ ସାଇବର ସୁରକ୍ଷା ସଚେତନତା ଅଭିଯାନ – ଓଡିଶା ୨୦୨୫’ ଅଧିବେଶନର ଆୟୋଜିତ
- ଅଙ୍ଗନବାଡ଼ି ଚଣା ଓ ମୁଢ଼ି ଯୋଗାଣରେ ଅନିୟମିତତା ଅଭିଯୋଗ
- ଜାନୁଆରି ୧ ରେ ଆରମ୍ଭ ହେବ ଝାରସୁଗୁଡ଼ା ଜିଲ୍ଲା ମହୋତ୍ସବ ଦୁଲଦୁଲି