କଟପ୍ପାଙ୍କୁ କରୋନା

କଟପ୍ପାଙ୍କୁ କରୋନା

ମେଟ୍ରୋ ଟିଭି ବ୍ୟୁରୋ,୮/୧: ଦେଶରେ ବଢିବାରେ ଲାଗିଛି କରୋନା ଓ କାୟା ମେଲାଉଛି ଓମିକ୍ରନ ।ଏହି କରୋନାରେ ଆକ୍ରାନ୍ତ ହେଲେଣି ବହୁ ଲୋକ । ସିନେ ଜଗତରେ ମଧ୍ୟ ବହୁ ଲୋକ କରୋନାରେ ଆକ୍ରାନ୍ତ ହେଲେଣି । ସାଉଥ୍ ଇଣ୍ଡଷ୍ଟ୍ରିରେ ମଧ୍ୟ କାୟା ମେଲାଉଛି କରୋନା । ବକ୍ସ ଅଫିସରେ ହଇଚଇ ସୃଷ୍ଟି କରିଥିବା ‘ ବାହୁବଲି’ର କଟପ୍ପା ବୋଲାଉଥିବା ସତ୍ୟରାଜ ଏବେ କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ ଲିଜେଣ୍ଡାରୀ ଆକ୍ଟର ସତ୍ୟରାଜଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କିଛି ଦିନ ପୂର୍ବରୁ ତାଙ୍କ ଠାରେ କରୋନା ଲକ୍ଷଣ ଦେଖାଯାଇଥିଲା । ସେ ଟେଷ୍ଟ କରାଇବାରୁ ପଜିଟିଭ ଥିବା ଜଣାପଡିଥିଲା । ସେ ହୋମ ଆଇସୋଲେସନରେ ରହିବା ବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବାବେଳେ ହଠାତ ତାଙ୍କ ସ୍ୱାସ୍ଥ୍ୟ ବିଗିଡିଯାଇଥିଲା । ଶୁକ୍ରବାର ସନ୍ଧ୍ୟାରେ ସତ୍ୟରାଜ ଗୁରୁତର ହୋଇପଡିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ଆରୋଗ୍ୟ କାମନା କରି ବିଭିନ୍ନ ସ୍ଥାନରେ ପୂଜାର୍ଚ୍ଚନା କରୁଛନ୍ତି ତାଙ୍କ ପ୍ରଶଂସକ । ଫିଲ୍ମ ଷ୍ଟାର ମହେଶ ବାବୁଙ୍କ ଠାରୁ ଆରମ୍ଭ କରି ମାଞ୍ଚୁ ମନୋଜ, ମାଞ୍ଚୁ ଲକ୍ଷ୍ମୀ, ମ୍ୟୁଜିକ ଡାଇରେକ୍ଟର ତମନ ନୀତିନଙ୍କ ପତ୍ନୀ ଏବଂ ଅଭିନେତା ବିଶ୍ୱକ ସେନ୍ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇସାରିଛନ୍ତି।