ଐଶ୍ୱର୍ଯ୍ୟାଙ୍କୁ ଛାଡପତ୍ର ଦେଲେ ସାଉଥ ଷ୍ଟାର ଧନୁଷ

ଐଶ୍ୱର୍ଯ୍ୟାଙ୍କୁ ଛାଡପତ୍ର ଦେଲେ ସାଉଥ ଷ୍ଟାର ଧନୁଷ

ମେଟ୍ରୋ ଟିଭି ଓଡିଶା,୧୮/୧: ସାଉଥ ସୁପରଷ୍ଟାର୍ ଧନୁଷ ହଠାତ୍ ଏକ ବଡ ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଛନ୍ତି । ଘୋଷଣରେ ସେ ଐଶ୍ୱର୍ଯ୍ୟାଙ୍କ ଠାରି ଛାଡପତ୍ର ନେଇଛନ୍ତି ବୋଲି କହିଛନ୍ତି । ଏହା ନେଇ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ଉତ୍ତେଜନା ସୃଷ୍ଟି ହୋଇଛି । ଏହି ଖବର ସେମାନଙ୍କ ପ୍ରଶଂସକ ମାନଙ୍କୁ ଧକ୍କା ଲାଗିଛି ।

ସୂଚନା ଅନୁସାରେ,ଐଶ୍ୱର୍ଯ୍ୟା ସୁପରଷ୍ଟାର ରଜନୀକାନ୍ତଙ୍କ ଝିଅ । ସେହିପରି ଧନୁଷ ଜଣାଶୁଣା ପ୍ରଯୋଜକ କସ୍ତୁରୀ ରାଜାଙ୍କ ପୁଅ। ଐଶ୍ୱର୍ଯ୍ୟା ଓ ଧନୁଷ ୨୦୦୪ ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଏହି କପଲଙ୍କର ଦୁଇଟି ପିଲା ୟାତ୍ରା ଓ ଲିଙ୍ଗା ଅଛନ୍ତି । ଧନୁଷ ନିଜ ସୋସିଆଲ ଆକାଉଣ୍ଟରେ ଛାଡପତ୍ର କଥା ସେୟାର କରିଛନ୍ତି । ସେ ଲେଖିଛନ୍ତି ବିବାହର ୧୮ ବର୍ଷ ପରେ ଦୁହେଁ ଅଲଗା ହୋଇଛନ୍ତି । ୧୮ ବର୍ଷର ସମ୍ପର୍କ, ବନ୍ଧୁତା, କପଲ, ଅଭିଭାବକ ଓ ପରସ୍ପରର ଶୁଭଚିନ୍ତକ ଭାବେ ଆମେ ଏକ ଗ୍ରୋଥ୍, ବୁଦ୍ଧିମତାର ଯାତ୍ରା କରିଥିଲୁ। ଆଜି ଆମେ ସେଠାରେ ଠିଆ ହୋଇଛୁ, ଯେଉଁଠାରେ ଆମେ ଅଲଗା ହୋଇଛୁ। ଐଶ୍ୱର୍ଯ୍ୟା ଓ ମୁଁ ଅଲଗା ହେବାକୁ ନିଷ୍ପତ୍ତି ନେଇଛୁ। ଆମେ ପରସ୍ପର ଠାରୁ ଅଲଗା ହୋଇ ଖୁସି ଖୋଜିବୁ। ଦୟା କରି ଆମ ନିଷ୍ପତ୍ତିକୁ ସମ୍ମାନ କରନ୍ତୁ ଓ ପ୍ରାଇଭେସୀକୁ ଦୃଷ୍ଟିରେ ରଖି ଆମକୁ ଏହା ସହ ଡିଲ୍ କରିବାକୁ ଦିଅନ୍ତୁ। ଓଁ ନମଃ ଶିବାୟ। ନିକଟରେ ସମନ୍ଥା ଓ ନାଗା ଚୌତନ୍ୟଙ୍କ ବିଚ୍ଛେଦ ଫ୍ୟାନ୍ସ ମାନଙ୍କୁ ଶକ୍ତ ଧକ୍କା ଦେଇଥିଲା ।