ବଲିଉଡ୍ ଅଭିନେତା ସଞ୍ଜୟ ଦତ୍ତଙ୍କୁ ଏୟାରପୋର୍ଟରେ ଜଣେ ଟିନଏଜ୍ ପ୍ରଶଂସକ ଏକ ଅଜବ ଉପହାର ଦେଇଛନ୍ତି ଯାହାକୁ ଦେଖି ଅଭିନେତା ଚକିତ ହୋଇଯାଇଥିଲେ । ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ୍ ହେବାରେ ଲାଗିଛି ।ସଞ୍ଜୟ ଦତ୍ତଙ୍କ ଜୀବନ ବେଶ୍ ଉତ୍ଥାନ ପତନ ଦେଇ ଆଗକୁ ଗତି କରିଛି । ସଞ୍ଜୟ ଦତ୍ତଙ୍କ ଅଭିନୟକୁ ଦର୍ଶକ ବେଶ୍ ମନଭରି ଉପଭୋଗ କରିଥାନ୍ତି । ଆଜି ବି ସଞ୍ଜୟ ଦତ୍ତଙ୍କର ପ୍ରଶଂସକଙ୍କ ସଂଖ୍ୟା ସାମାନ୍ୟ ବି କମିନାହିଁ । ଜଣେ ଟିନ ଏଜ୍ର ଫ୍ୟାନ୍ଙ୍କର ନିକଟରେ ଏୟାରପୋର୍ଟରେ ସଞ୍ଜୟଙ୍କ ସହ ସାମ୍ନାସାମ୍ନି ହୋଇଯାଇଥିଲା । ସଞ୍ଜୟ ଦତ୍ତଙ୍କୁ ଦେଖିବା ମାତ୍ରେ ସେ ତାଙ୍କୁ ଏକ ଉପହାର ଦେଇଥିଲା । କିନ୍ତୁ ଉପହାରଟିକୁ ଦେଖିବା ମାତ୍ରେ ସଞ୍ଜୁ ବାବା ହଡବଡେଇ ଯାଇଥିଲେ ।ସଞ୍ଜୟ ଦତ୍ତଙ୍କୁ ଏୟାରପୋର୍ଟରେ ସ୍ପଟ୍ କରାଯାଇଥିଲା । ଏହି ସମୟରେ ତାଙ୍କ ସହ ବହୁ ପୋଲିସ କର୍ମୀ ବି ଥିଲେ । ଏହାରି ଭିତରେ ତାଙ୍କୁ ଜଣେ ବାଳକ ଆସି ଭେଟିଥିଲା । ବାଳକଟି ତାଙ୍କ ସହ ଫଟୋ କ୍ଲିକ୍ କରିବା ସହ ତାଙ୍କୁ ଏକ ଉପହାର ଦେଇଥିଲା । କିନ୍ତୁ ଏହି ଗିଫ୍ଟକୁ ଦେଖି ସଞ୍ଜୟ ଦତ୍ତ ହଡବଡେଇ ଯାଇଥିଲେ । ସେ ବାଳକ ହାତରୁ ଗିଫ୍ଟଟି ନେଇଥିଲେ ସତ କିନ୍ତୁ ତତକ୍ଷଣାତ୍ ତାହାକୁ ପଛରେ ଥିବା କର୍ମୀଙ୍କ ହାତରେ ଧରାଇ ଦେଇଥିଲେ ।ପ୍ରକୃତରେ ବାଳକ ଜଣକ ତାଙ୍କୁ ଏକ କଫି ମଗ୍ ଉପହାର ଦେଇଥିଲା । କିନ୍ତୁ ଏହି କଫି ମଗ୍ରେ ଗନ୍ ଲାଗିଥିଲା ଯାହା ଦେଖିବା ପରେ ସଞ୍ଜୟ ହଡବଡେଇ ଯାଇଥିଲେ ।ଏବେ ଏହି ଭିଡିଓଟି ଦ୍ରୁତ ଗତିରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
Trending
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ
Prev Post