ବଲିଉଡ୍ ଅଭିନେତା ସଞ୍ଜୟ ଦତ୍ତଙ୍କୁ ଏୟାରପୋର୍ଟରେ ଜଣେ ଟିନଏଜ୍ ପ୍ରଶଂସକ ଏକ ଅଜବ ଉପହାର ଦେଇଛନ୍ତି ଯାହାକୁ ଦେଖି ଅଭିନେତା ଚକିତ ହୋଇଯାଇଥିଲେ । ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ୍ ହେବାରେ ଲାଗିଛି ।ସଞ୍ଜୟ ଦତ୍ତଙ୍କ ଜୀବନ ବେଶ୍ ଉତ୍ଥାନ ପତନ ଦେଇ ଆଗକୁ ଗତି କରିଛି । ସଞ୍ଜୟ ଦତ୍ତଙ୍କ ଅଭିନୟକୁ ଦର୍ଶକ ବେଶ୍ ମନଭରି ଉପଭୋଗ କରିଥାନ୍ତି । ଆଜି ବି ସଞ୍ଜୟ ଦତ୍ତଙ୍କର ପ୍ରଶଂସକଙ୍କ ସଂଖ୍ୟା ସାମାନ୍ୟ ବି କମିନାହିଁ । ଜଣେ ଟିନ ଏଜ୍ର ଫ୍ୟାନ୍ଙ୍କର ନିକଟରେ ଏୟାରପୋର୍ଟରେ ସଞ୍ଜୟଙ୍କ ସହ ସାମ୍ନାସାମ୍ନି ହୋଇଯାଇଥିଲା । ସଞ୍ଜୟ ଦତ୍ତଙ୍କୁ ଦେଖିବା ମାତ୍ରେ ସେ ତାଙ୍କୁ ଏକ ଉପହାର ଦେଇଥିଲା । କିନ୍ତୁ ଉପହାରଟିକୁ ଦେଖିବା ମାତ୍ରେ ସଞ୍ଜୁ ବାବା ହଡବଡେଇ ଯାଇଥିଲେ ।ସଞ୍ଜୟ ଦତ୍ତଙ୍କୁ ଏୟାରପୋର୍ଟରେ ସ୍ପଟ୍ କରାଯାଇଥିଲା । ଏହି ସମୟରେ ତାଙ୍କ ସହ ବହୁ ପୋଲିସ କର୍ମୀ ବି ଥିଲେ । ଏହାରି ଭିତରେ ତାଙ୍କୁ ଜଣେ ବାଳକ ଆସି ଭେଟିଥିଲା । ବାଳକଟି ତାଙ୍କ ସହ ଫଟୋ କ୍ଲିକ୍ କରିବା ସହ ତାଙ୍କୁ ଏକ ଉପହାର ଦେଇଥିଲା । କିନ୍ତୁ ଏହି ଗିଫ୍ଟକୁ ଦେଖି ସଞ୍ଜୟ ଦତ୍ତ ହଡବଡେଇ ଯାଇଥିଲେ । ସେ ବାଳକ ହାତରୁ ଗିଫ୍ଟଟି ନେଇଥିଲେ ସତ କିନ୍ତୁ ତତକ୍ଷଣାତ୍ ତାହାକୁ ପଛରେ ଥିବା କର୍ମୀଙ୍କ ହାତରେ ଧରାଇ ଦେଇଥିଲେ ।ପ୍ରକୃତରେ ବାଳକ ଜଣକ ତାଙ୍କୁ ଏକ କଫି ମଗ୍ ଉପହାର ଦେଇଥିଲା । କିନ୍ତୁ ଏହି କଫି ମଗ୍ରେ ଗନ୍ ଲାଗିଥିଲା ଯାହା ଦେଖିବା ପରେ ସଞ୍ଜୟ ହଡବଡେଇ ଯାଇଥିଲେ ।ଏବେ ଏହି ଭିଡିଓଟି ଦ୍ରୁତ ଗତିରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
Trending
- ଆମେ ପ୍ରତିଶ୍ରୃତି ଦେଇଥିବା ୨୧ଟି କାର୍ଯ୍ୟକ୍ରମ ମଧ୍ୟରୁ ଏକ ବର୍ଷ ଭିତରେ ୧୧ଟି କାର୍ଯ୍ୟକାରୀ କରିଛୁ- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ନିର୍ମାଣାଧୀନ ୬ ମହଲା କୋଠାରୁ ପଡ଼ି ଜଣେ ଶ୍ରମିକ ମୃତ
- ଯବାନଙ୍କ ଗୁଳିରେ 7 ମାଓବାଦୀ ଗିରଫ
- କଂଗ୍ରେସ ସାଂସଦ ସୋନିଆ ଗାନ୍ଧୀ ଅସୁସ୍ଥ ,ଡାକ୍ତରଖାନାରେ ଭର୍ତ୍ତି
- 4 ଟି ପ୍ରସ୍ତାବ ବାଜିଲା କ୍ୟାବିନେଟ ମୋହର , ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜାନା କୁ ମିଳିଲା ଅନୁମୋଦନ
- ବିକଶିତ କୋଟିଆ ପାଇଁ ମାଷ୍ଟର ପ୍ଲାନ
- ରାଜ୍ୟରେ ଆଉ ୭ ନୂଆ କୋଭିଡ ପଜିଟିଭ୍ ଚିହ୍ନଟ
- ଆଜି ରୁକ୍ମିଣୀ ହରଣ ଏକାଦଶୀ , ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ବିବାହ ଉତ୍ସବ
- ବିଶ୍ଵର ସର୍ବୋଚ୍ଚ ସେତୁ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ
- ବସିବ କେନ୍ଦ୍ର ମନ୍ତ୍ରୀ ପରିଷଦ ବୈଠକ
Prev Post