ଅଲଗା ହେଲେ ଲୋକପ୍ରିୟ ଦମ୍ପତି ଅଲି-ସଞ୍ଜୀଦା

ଅଲଗା ହେଲେ ଲୋକପ୍ରିୟ ଦମ୍ପତି ଅଲି-ସଞ୍ଜୀଦା

ମେଟ୍ରୋ ଟିଭି ଓଡିଶା,୯/୧: ଟିଭି ଦୁନିଆରେ ବହୁ ଖବର ଆଶ୍ଚର୍ଯ୍ୟ ଚକିତ କରେ । ଏହି ଇଣ୍ଡଷ୍ଟ୍ରି ନିଜର ଗସିପ ଦ୍ୱାରା ଲୋକଙ୍କୁ ଆକୃଷ୍ଟ କରି ରଖେ । ବିବାହ ,ବିଚ୍ଛେଦ ଓ ମନମାଳିନ୍ୟ ସବୁ ଚାଲିଥାଏ । ସେହି ପରି ଟିଭିର ଲୋକପ୍ରିୟ କଳାକାର ଅମିର ଅଲ୍ଲୀ ଓ ସଞ୍ଜୀଦା ଶେଖ ଅଲଗା ହୋଇଛନ୍ତି । ଦୀର୍ଘ ଦିନ ଧରି ସେମାନେ ଅଲଗା ରହୁଥିଲେ ଓ ବର୍ତ୍ତମାନ ସେମାନେ ଛାଡପତ୍ର ନେଇଛନ୍ତି । ଅମୀର କିମ୍ବା ତାଙ୍କ ପତ୍ନୀ ସଞ୍ଜୀଦା ଏ ବିଷୟରେ କିଛି ନିଶ୍ଚିତ କରିନାହାଁନ୍ତି । କୁହାଯାଉଛି ଯେ ଏହି ଦମ୍ପତି ସେମାନଙ୍କ ଛାଡପତ୍ର ବିଷୟରେ କୌଣସି ବୟାନ ଦେବାକୁ ଚାହୁଁ ନାହାନ୍ତି । ଛାଡପତ୍ର ପରେ ବି ନିଜ ସମ୍ପର୍କ ମଧ୍ୟରେ ସବୁ କଥାକୁ ବ୍ୟକ୍ତିଗତ ରଖିବାକୁ ଚାହୁଁଛନ୍ତି ।ତେବେ ଦୁହେଁ ବିବାହର ୯ ବର୍ଷ ପରେ ପରସ୍ପରଠାରୁ ଅଲଗା ହୋଇଯାଇଛନ୍ତି। ଉଭୟଙ୍କ ଯୋଡି ବହୁତ ପପୁଲାର୍ ଥିଲା । ଅନେକ ଥର ଉଭୟଙ୍କୁ କିଛି ଶୋ’ରେ ଏକାଠି ଦେଖିବାକୁ ମିଳିଥିଲା ।

ସୂଚନା ଅନୁଯାୟୀ , ୨୦୧୨ ରେ ଅମୀର ଅଲି ଏବଂ ସଞ୍ଜୀଦା ଶେଖ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଯଦିଓ ଦୁହେଁ ଦୀର୍ଘ ସମୟ ଧରି ପରସ୍ପରକୁ ଜାଣିଥିଲେ ଏବଂ ଡେଟ କରୁଥିଲେ । । ୨୦୨୦ ରୁ ଦୁହିଁଙ୍କ ବୈବାହିକ ସମ୍ପର୍କକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ଅଲିଙ୍କୁ ଛାଡି ସଞ୍ଜୀଦା ତାଙ୍କ ବାପାମାଙ୍କ ଘରେ ରହୁଛନ୍ତି। ଖବର ଅନୁଯାୟୀ, ସରୋଗେସି ମାଧ୍ୟମରେ ଏହି ଦମ୍ପତିଙ୍କର ଏକ ଝିଅ ମଧ୍ୟ ଥିଲା, ଯାହାର ନାମ ଆର୍ଯ୍ୟ । ନଅ ମାସ ପୂର୍ବେ ଦୁହେଁ ଛାଡପତ୍ର ଦେଇଥିଲେ ଏବଂ ଝିଅର ହେପାଜତ ସଞ୍ଜୀଦା ଶେଖଙ୍କୁ ମିଳିଛି । ଉଭୟ ନିଜ ଜୀବନରେ ଆଗକୁ ବଢିବାକୁ ଚାହୁଁଛନ୍ତି ଏବଂ ଏଥିପାଇଁ ସେମାନେ ନିଜ ସମ୍ପର୍କରେ ଗୋପନୀୟତା ରଖିବାକୁ ଚାହୁଁଛନ୍ତି ।