ଅକ୍ଷୟ,ଟାଇଗରଙ୍କ ନୂଆ ଫିଲ୍ମ,ବଡେ ମିଆଁ ଛୋଟେ ମିଆଁ

ଅକ୍ଷୟ,ଟାଇଗରଙ୍କ ନୂଆ ଫିଲ୍ମ,ବଡେ ମିଆଁ ଛୋଟେ ମିଆଁ

ମେଟ୍ରୋ ଟିଭି ବ୍ୟୁରୋ,୮/୧: ବଲିଉଡର ସବୁ ଖବର ଲୋକଙ୍କୁ ଦେଖିବା ଜାଣିବାକୁ ଆନନ୍ଦ ଯୋଗାଏ । ବିଭିନ୍ନ ଫିଲ୍ମ ଜରିଆରେ ଫ୍ୟାନ୍ସ ମାନେ ନିଜ ମନ ପସନ୍ଦର ହିରୋକୁ ଦେଖିବାକୁ ଅନେଇ ବସିଥାନ୍ତି । ଏହି ପରି ଏକ ନୂଆ ଫିଲ୍ମ ନେଇ ଆସୁଛନ୍ତି ଅକ୍ଷୟ ଓ ଟାଇଗର । ନିଜର ଦମଦାର ଆକ୍ସନ,ଡ୍ୟାନ୍ସ ଜରିଆରେ ଦର୍ଶକଙ୍କ ମନକୁ ମୋହିଥାନ୍ତି ଏହି ବଲିଉଡ ହିରୋ ।ଏହି ପରି ଏକ ଫିଲ୍ମ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଯାହା ଆକ୍ସନ ଷ୍ଟାର ଅକ୍ଷୟ କୁମାର ଓ ଟାଇଗର ଶ୍ରଫ ନେଇ ଆସୁଛନ୍ତି । ଫିଲ୍ମଟିର ନାଁ ବଡେ ମିଆଁ ଛୋଟେ ମିଆଁ ରଖାଯାଇଛି ।
ସୂଚନାନୁଯାୟୀ, ଏହି ଫିଲ୍ମକୁ ଜ୍ୟାକି ଭଗନାନୀ ବ୍ୟାନର ତଳେ ନିର୍ମାଣ କରାଯାଉଛି। ଅଲ୍ଲୀ ଅବ୍ଦାସ ଜଫର ଏହି ମେଗା ବଜେଟ୍ ଫିଲ୍ମରେ ନିର୍ଦ୍ଦେଶନା ଦେବେ। କୁହାଯାଉଛି ଯେ ଆଗକୁ ଫିଲ୍ମର ନାଁ ବଦଳାଯାଇପାରେ । ଏହି ଫିଲ୍ମର ବଜେଟ୍ ୩୦୦ କୋଟି ଟଙ୍କା ରହିଛି। ଏଣୁ ଏହି ଫିଲ୍ମକୁ ନେଇ ସେ ଖୁବ୍ ଉତ୍ସାହିତ ଅଛନ୍ତି। ତେବେ ପ୍ରଥମ ଥର ପାଇଁ ଅଲ୍ଲୀ ଅବ୍ଦାସ ଦୁଇ ଜଣ ଭିନ୍ନ ଭିନ୍ନ ଜେନେରେସନ୍ର ହିରୋଙ୍କୁ ନେଇ ଫିଲ୍ମ ତିଆରି କରିବାକୁ ଯାଉଛନ୍ତି ।