ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ଆସନ୍ତା ୨ମାସ ଭିତରେ ଖୋଲିବ ସ୍କୁଲ

ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ଆସନ୍ତା ୨ମାସ ଭିତରେ ଖୋଲିବ ସ୍କୁଲ

ମେଟ୍ରୋ ଟିଭି ଓଡିଶା,୨/୨ : କରୋନାର ତୃତୀୟ ଲହରର ଭୟବହତାକୁ ନଜର ରଖି ସ୍କୁଲ କଲେଜ ବନ୍ଦ ରଖିବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବର୍ତ୍ତମାନ ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଥିବାରୁ ଏହି କଟକଣାକୁ କୋହଳ କରିଛି କୋର୍ଟ । ଆସନ୍ତା ୨ ମାସ ଭିତରେ ସ୍କୁଲ ଖୋଲିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏହି କରୋନା କଟକଣା ମଧ୍ୟରେ ସ୍କୁଲ ଖୋଲିବା ନେଇ ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା।
ଏହି କରୋନାକୁ ନେଇ ପୂର୍ବରୁ ଶ୍ରୀମନ୍ଦିର, ସପିଂ ମଲ ସିନେମା ହଲ୍ ମଧ୍ୟ ବନ୍ଦ କରାଯାଇଥିଲା କିନ୍ତ ବର୍ତ୍ତମାନ ଏ ସବୁ ଖୋଲାଯାଇଛି । ହେଲେ ସ୍କୁଲ ଖୋଲିବା ନେଇ ଏପର୍ଯ୍ୟନ୍ତ ନିଷ୍ପତ୍ତି ହୋଇନି । ଦୀର୍ଘ ଦୁଇ ବର୍ଷ ହେଲା ପିଲାଙ୍କ ପାଠ ପଢାରେ ବାଧକ ସାଜିଛି ଏହି କରୋନା । ତେବେ କେବେ ସ୍କୁଲ ଖୋଲିବ, ସେନେଇ ଚିନ୍ତାରେ ଅଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ । ଆଗକୁ ମାଟ୍ରିକ୍ ଓ ଯୁକ୍ତ ଦୁଇ ପରୀକ୍ଷା ପାଇଁ ହାତରେ କମ୍ ସମୟ ଥିବାରୁ ସିଲାବସ୍ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ । ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲା ଦୁଇ ବର୍ଷ ହେଲା ବାକି ସିଲାବସ୍ ପାଠପଢା କେବେ ସରିବ ଏବଂ କିଭଳି ପରୀକ୍ଷା ହେବ ତାହାକୁ ନେଇ ସମସ୍ତେ ଚିନ୍ତାରେ ଅଛନ୍ତି । ଆଉ ଏହାରି ମଧ୍ୟରେ ସ୍କୁଲ ଖୋଲିବା ନେଇ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।