ରାଜ୍ୟର ଉଚ୍ଚ ମାଧ୍ୟମିକ ସ୍କୁଲରେ ଯୁକ୍ତ୨ ଦ୍ୱିତୀୟ ପର୍ଯ୍ୟାୟ ସ୍ପଟ୍ ନାମଲେଖା ଶେଷ ହୋଇଛି। ହେଲେ ଏବେ ବି ୧ଲକ୍ଷରୁ ଊର୍ଦ୍ଧ୍ୱ ସିଟ୍ ଖାଲି ପଡ଼ିଛି। ପ୍ରଥମ ପର୍ଯ୍ୟାୟ ନାମଲେଖା ପରେ ୧,୪୦,୨୫୭ଟି ସିଟ୍ ଖାଲି ପଡ଼ିଥିଲା। ତେଣୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ଆରମ୍ଭ କରିଥିଲା। ଏବେ ଦ୍ୱିତୀୟ ପର୍ଯ୍ୟାୟର ସ୍ପଟ୍ ନାମଲେଖା ପରେ ୧,୦୯,୦୯୩ ସିଟ୍ ବଳକା ପଡ଼ିଥିବା ସାମ୍ସ ପୋର୍ଟାଲରୁ ଜଣାପଡ଼ିଛି। ଗତ ୧୫ ତାରିଖରେ ପ୍ରକାଶ ପାଇଥିବା ଓ୍ବେଟିଂ ଲିଷ୍ଟରେ ଥିବା ଛାତ୍ରୀଛାତ୍ର ମନୋନୀତ ଉଚ୍ଚ ମାଧ୍ୟମିକ ସ୍କୁଲରେ(ସିଟ୍ ଖାଲିଥିଲେ) ଗୁରୁବାର ପୂର୍ବାହ୍ନ ୧୦ଟାରୁ ୨୨ ତାରିଖ ଅପରାହ୍ନ ୩ଟା ଭିତରେ ନାମ ପଞ୍ଜୀକରଣ କରିବେ। ୨୨ ତାରିଖ ଅପରାହ୍ନ ସାଢ଼େ ୪ଟାରେ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ। ମନୋନୀତ ଛାତ୍ରୀଛାତ୍ର ୨୩ ତାରିଖ ସକାଳ ସାଢ଼େ ୧୦ଟାରୁ ୨୫ ତାରିଖ ଅପରାହ୍ନ ୪ଟା ଭିତରେ ନାମ ଲେଖାଇବେ। ତେବେ ଏହି ନାମଲେଖା ପ୍ରକ୍ରିୟା ଶେଷ ହେବା ପରେ ବି ପ୍ରାୟ ଲକ୍ଷେ ସିଟ୍ ଖାଲି ପଡ଼ିବାର ସମ୍ଭାବନା ରହିଛି। ସୂଚନାଯୋଗ୍ୟ, ରାଜ୍ୟର ୨,୨୦୩ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମୋଟ ୫,୨୦,୫୬୮ଟି ଯୁକ୍ତ୨ ସିଟ୍ ରହିଛି। ସେଥିମଧ୍ୟରୁ ଏ ପର୍ଯ୍ୟନ୍ତ ୪,୧୧,୪୭୫ ସିଟ୍ରେ ନାମଲେଖା ଶେଷ ହୋଇଛି। ଖାଲି ପଡ଼ିଥିବା ୧,୦୯,୦୯୩ ସିଟ୍ ମଧ୍ୟରୁ କଳା ବିଭାଗରେ ୩୫,୩୩୬ ସିଟ୍ ଥିବାବେଳେ ବିଜ୍ଞାନରେ ୫୨,୦୭୭, ବାଣିଜ୍ୟରେ ୧୩,୬୧୦, ସଂସ୍କୃତରେ ୩,୩୬୧ ଏବଂ ଧନ୍ଦାମୂଳକ ଶିକ୍ଷାରେ ୪,୭୦୯ ସିଟ୍ ରହିଛି।
Trending
- ଆଜି କାର୍ଗିଲ ବିଜୟ ଦିବସ
- ୧୦ ସରପଞ୍ଚ ବିଜେପିରେ ମିଶିଲେ
- ମୋହନଙ୍କ ମନ୍ତ୍ରିମଣ୍ଡଳ ସଂପ୍ରସାରଣ: କିଏ ପାଇବେ ସ୍ଥାନ?
- ମାଳଦୀପରେ ମୋଦୀ , ୨୧ ତୋପ ସଲାମି ସହ ସ୍ୱାଗତ କଲେ ରାଷ୍ଟ୍ରପତି
- ସରକାର ଥିବା ସମୟରେ ଜାତିଗତ ଜନଗଣନା ନକରିବା ଭୁଲ ଥିଲା – ରାହୁଲ ଗାନ୍ଧୀ
- ଓଡ଼ିଶା ହେବ ଟେକ୍ସଟାଇଲ ହବ୍,୬ ଟି ଟେକ୍ସଟାଇଲ ପାର୍କର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
- ଧସିଲା କୋଇଲା ଖଣି , ଚାପି ହେଲେ ୧୨ ଜଣ ଶ୍ରମିକ
- ବିଜେଡି ଏନଡିଏ ପ୍ରାର୍ଥୀଙ୍କୁ ଭୋଟ ଦେବ କି ?
- ଆଜି ମହାପ୍ରଭୁଙ୍କୁ ଚିତାଲାଗି
- ରାଜ୍ୟରେ ୨୩ ଜିଲ୍ଲାରେ ୫୬ଟି ନୂଆ କୋର୍ଟକୁ ଅନୁମୋଦନ ମିଳିଛି
Prev Post
Next Post