ରାଜ୍ୟର ଉଚ୍ଚ ମାଧ୍ୟମିକ ସ୍କୁଲରେ ଯୁକ୍ତ୨ ଦ୍ୱିତୀୟ ପର୍ଯ୍ୟାୟ ସ୍ପଟ୍ ନାମଲେଖା ଶେଷ ହୋଇଛି। ହେଲେ ଏବେ ବି ୧ଲକ୍ଷରୁ ଊର୍ଦ୍ଧ୍ୱ ସିଟ୍ ଖାଲି ପଡ଼ିଛି। ପ୍ରଥମ ପର୍ଯ୍ୟାୟ ନାମଲେଖା ପରେ ୧,୪୦,୨୫୭ଟି ସିଟ୍ ଖାଲି ପଡ଼ିଥିଲା। ତେଣୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ଆରମ୍ଭ କରିଥିଲା। ଏବେ ଦ୍ୱିତୀୟ ପର୍ଯ୍ୟାୟର ସ୍ପଟ୍ ନାମଲେଖା ପରେ ୧,୦୯,୦୯୩ ସିଟ୍ ବଳକା ପଡ଼ିଥିବା ସାମ୍ସ ପୋର୍ଟାଲରୁ ଜଣାପଡ଼ିଛି। ଗତ ୧୫ ତାରିଖରେ ପ୍ରକାଶ ପାଇଥିବା ଓ୍ବେଟିଂ ଲିଷ୍ଟରେ ଥିବା ଛାତ୍ରୀଛାତ୍ର ମନୋନୀତ ଉଚ୍ଚ ମାଧ୍ୟମିକ ସ୍କୁଲରେ(ସିଟ୍ ଖାଲିଥିଲେ) ଗୁରୁବାର ପୂର୍ବାହ୍ନ ୧୦ଟାରୁ ୨୨ ତାରିଖ ଅପରାହ୍ନ ୩ଟା ଭିତରେ ନାମ ପଞ୍ଜୀକରଣ କରିବେ। ୨୨ ତାରିଖ ଅପରାହ୍ନ ସାଢ଼େ ୪ଟାରେ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ। ମନୋନୀତ ଛାତ୍ରୀଛାତ୍ର ୨୩ ତାରିଖ ସକାଳ ସାଢ଼େ ୧୦ଟାରୁ ୨୫ ତାରିଖ ଅପରାହ୍ନ ୪ଟା ଭିତରେ ନାମ ଲେଖାଇବେ। ତେବେ ଏହି ନାମଲେଖା ପ୍ରକ୍ରିୟା ଶେଷ ହେବା ପରେ ବି ପ୍ରାୟ ଲକ୍ଷେ ସିଟ୍ ଖାଲି ପଡ଼ିବାର ସମ୍ଭାବନା ରହିଛି। ସୂଚନାଯୋଗ୍ୟ, ରାଜ୍ୟର ୨,୨୦୩ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମୋଟ ୫,୨୦,୫୬୮ଟି ଯୁକ୍ତ୨ ସିଟ୍ ରହିଛି। ସେଥିମଧ୍ୟରୁ ଏ ପର୍ଯ୍ୟନ୍ତ ୪,୧୧,୪୭୫ ସିଟ୍ରେ ନାମଲେଖା ଶେଷ ହୋଇଛି। ଖାଲି ପଡ଼ିଥିବା ୧,୦୯,୦୯୩ ସିଟ୍ ମଧ୍ୟରୁ କଳା ବିଭାଗରେ ୩୫,୩୩୬ ସିଟ୍ ଥିବାବେଳେ ବିଜ୍ଞାନରେ ୫୨,୦୭୭, ବାଣିଜ୍ୟରେ ୧୩,୬୧୦, ସଂସ୍କୃତରେ ୩,୩୬୧ ଏବଂ ଧନ୍ଦାମୂଳକ ଶିକ୍ଷାରେ ୪,୭୦୯ ସିଟ୍ ରହିଛି।
Trending
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ
Prev Post
Next Post