ବିନା ପରୀକ୍ଷାରେ ହେବେ ସିଲେକ୍ସନ
ରେଲୱେ ରିକ୍ରୁମେଣ୍ଟମେଣ୍ଟ ସେଲ୍ (RRC), ୱେଷ୍ଟର୍ନ ରେଲୱେ (WR) ପଦବୀରେ ନିଯୁକ୍ତି ହେବାକୁ ରହିଥିବା ବେଳେ 5066ଜଣଙ୍କୁ ଚାକିରି ମିଳିବ । RRC WR ଆପ୍ରେଣ୍ଟିସ୍ ନିଯୁକ୍ତି 2024 ପାଇଁ ଆବେଦନ ପ୍ରକ୍ରିୟା 23 ସେପ୍ଟେମ୍ବରରୁ ଆରମ୍ଭ ହୋଇଛି । ଯୋଗ୍ୟ ତଥା ଆଗ୍ରହୀ ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍ rrc-wr.com ଓ୍ବେବସାଇଟକୁ ଯାଇ ଆବେଦନ କରିପାରିବେ । ଏହାର ଶେଷ ତାରିଖ ଅକ୍ଟୋବର 22 ରହିଛି ।
ଆବେଦନ ଫି- ୱେଷ୍ଟର୍ନ ରେଲୱେ (WR) ପଦବୀ ପାଇଁ ଜେନେରାଲ ବର୍ଗ ଏବଂ ଓବିସିଙ୍କ ପାଇଁ 100 ଟଙ୍କା ଆବେଦନ ଶୁଳ୍କ ରହିଛି । ଏସସି, ଏସଟି, ଭିନ୍ନକ୍ଷମ ବର୍ଗ ଏବଂ ମହିଳା ବର୍ଗ ପ୍ରାର୍ଥୀଙ୍କୁ କୌଣସି ଦେୟ ଦେବାକୁ ପଡିବ ନାହିଁ ।
ବୟସ ସୀମା- ରେଳବାଇରେ ଆପ୍ରେଣ୍ଟିସ୍ ପଦବୀ ପାଇଁ ଆବେଦନ କରିବାକୁ ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ 15 ବର୍ଷ ଏବଂ ସର୍ବାଧିକ ବୟସ 24 ବର୍ଷ ହେବା ଉଚିତ୍ । 22 ଅକ୍ଟୋବର 2024 ସୁଦ୍ଧା ବୟସ ଗଣନା କରାଯିବ ।