ଜୁଲାଇ ୧୫ରୁ ଆରମ୍ଭ ହେବ ସିବିଏସଇ ସପ୍ଲିମେଣ୍ଟାରୀ ପରୀକ୍ଷା
ଜୁଲାଇ ୧୫ ତାରିଖରୁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ସପ୍ଲିମେଣ୍ଟାରୀ ପରୀକ୍ଷା ଆରମ୍ଭ ହେବ । ଆସନ୍ତା ସପ୍ତାହରେ ଏ ସମ୍ପର୍କରେ ସବିଶେଷ ବିବରଣୀ ପ୍ରକାଶ ପାଇବ । ଗତ ୧୩ ତାରିଖରେ ସିବିଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଥିଲା । ଉକ୍ତ ପରୀକ୍ଷାରେ ଗୋଟିଏ କିମ୍ବା ୨ଟି ବିଷୟରେ ଫେଲ୍ ହୋଇଥିବା ପିଲାମାନେ ସପ୍ଲିମେଣ୍ଟାରୀ ପରୀକ୍ଷା ଦେଇ ପାରିବେ । ଜୁଲାଇ ୧୫ରୁ ସପ୍ଲିମେଣ୍ଟାରୀ ପରୀକ୍ଷା ଆରମ୍ଭ ହେବା ନେଇ ସୂଚନା ମିଳିଛି ।