ଗେଟ୍ ପାଇଁ ଆଜିଠୁ ଅନଲାଇନ୍ ରେଜିଷ୍ଟ୍ରେସନ୍
ଆଜିଠାରୁ ଆରମ୍ଭ ହେଉଛି ଗ୍ରାଜୁଏଟ୍ ଆପ୍ଟିଟ୍ୟୁଡ୍ ଟେଷ୍ଟ ଇନ୍ ଇଂଜିନିୟରିଂ(GATE) ୨୦୨୫ ପାଇଁ ରେଜିଷ୍ଟ୍ରେସନ୍ କମ୍ ଆପ୍ଲିକେସନ୍ ପ୍ରୋସେସ୍ । ଆଗ୍ରହୀ ପ୍ରାର୍ଥୀ ଗେଟ୍ ୨୦୨୫ର ଅଫିସିଆଲ ୱେବସାଇଟ୍ https://gate2025.iitr.ac.in କୁ ଯାଇ ଆବେଦନ କରିପାରିବେ । ଆବେଦନ କରିବାର ଶେଷ ତାରିଖ ହେଉଛି ୭ ଅକ୍ଟୋବର । କହିରଖୁଛୁ ପୂର୍ବରୁ ଗେଟ୍ ରେଜିଷ୍ଟ୍ରେସନ୍ ପ୍ରକ୍ରିୟା ଅଗଷ୍ଟ ୨୪ରୁ ଆରମ୍ଭ ହୋଇ ୨୬ ସେପ୍ଟେମ୍ବରରେ ଶେଷ ହୋଇଥାନ୍ତା ।GATE 2025 ର ଆୟୋଜନ IIT Roorkee କରୁଛି । ଫେବୃଆରୀ ୨୦୨୫ରେ ଏହି ପରୀକ୍ଷା ୧, ୨, ୧୫ ଏବଂ ୧୬ ତାରିଖରେ ଦୁଇଟି ଶିଫ୍ଟରେ ଅନୁଷ୍ଠିତ ହେବ । ଇଂଜିନିୟରିଂ ପୋଷ୍ଟ ଗ୍ରାଜୁଏଟ୍ ପାଠ୍ୟକ୍ରମରେ ଆଡମିଶନ୍ ପାଇଁ ଏହି ପରୀକ୍ଷା କରାଯାଏ । ONGC ସହିତ ଅନେକ PSU ମଧ୍ୟ GATE ସ୍କୋର ଆଧାରରେ ନିଯୁକ୍ତି ଦେଇଥାନ୍ତି ।GATE2025 ପରୀକ୍ଷା ପାଇଁ ଆବେଦନ କରିବା ପାଇଁ ପ୍ରାର୍ଥୀ ଜଣଙ୍କ ସ୍ନାତକ ଶେଷ ବର୍ଷର ଛାତ୍ର କିମ୍ବା ଇଂଜିନିୟରିଂ/ଟେକ୍ନୋଲୋଜି/ଆର୍କିଟେକ୍ଚର/ସାଇନ୍ସ/କମର୍ସ/ଆର୍ଟ୍ସ/ ହ୍ୟୁମାନିଟିଜରେ ଡିଗ୍ରୀ ହାସଲ କରିଥିବା ଛାତ୍ରଛାତ୍ରୀ ଗେଟ୍ ପରୀକ୍ଷା ପାଇଁ ଅବେଦନ କରିପାରିବେ । କହିରଖୁଛୁ ଏହି ପରୀକ୍ଷା ପାଇଁ କୌଣସି ବୟସ ସୀମା ନାହିଁ । ସାଧାରଣ ବର୍ଗଙ୍କ ପାଇଁ ଆପ୍ଲିକେସନ୍ ଫିସ୍ ୧୮୦୦ ଟଙ୍କା ରହିଛି । ଲେଟ୍ ଫିସ୍ ସହ ଆବେଦନ କରିଲେ ୨୩୦୦ ଟଙ୍କା ଦେବାକୁ ପଡ଼ିବ । ମହିଳା/ଏସସି/ଏସଟି/ଦିବ୍ୟାଙ୍ଗ ବର୍ଗ ପ୍ରାର୍ଥୀଙ୍କ ପାଇଁ ୯୦୦ ଟଙ୍କା ରହିଛି । ଲେଟ୍ ଫିସ୍ ସହ ଆବେଦନ କରିଲେ ୧୮୦୦ ଟଙ୍କା ଦେବାକୁ ପଡ଼ିବ ।