ଗେଟ ୨୦୨୫ର ଶିଡ୍ୟୁଲ ପରିବର୍ତ୍ତନ

ଆଇଆଇଟି ପକ୍ଷରୁ ଇଞ୍ଜିନିୟରିଂ କୋର୍ସରେ ଆଡମିସନ ପାଇଁ ଗ୍ରାଜୁଏଟ୍ ଆପ୍ଟିଟ୍ୟୁଡ୍ ଟେଷ୍ଟ ଇନ୍ ଇଞ୍ଜିନିୟରିଂ (ଗେଟ) ୨୦୨୫ର ଶିଡ୍ୟୁଲ ପରିବର୍ତ୍ତନ କରାଯାଇଛି । ଏବେ ଗେଟ ୨୦୨୫ ପାଇଁ ନୂଆ ରେଜିଷ୍ଟ୍ରେସନ ତାରିଖ ଘୋଷଣା କରାଯାଇଛି । ପୂର୍ବରୁ ରେଜିଷ୍ଟ୍ରେସନ ତାରିଖ ଅଗଷ୍ଟ ୨୪ ରହିଥିବା ବେଳେ ଏବେ ଅଗଷ୍ଟ ୨୮ ତାରିଖରୁ ତାହା ଆରମ୍ଭ ହେବ । ସେପ୍ଟେମ୍ବର ୨୬ ତାରିଖ ପର୍ଯ୍ୟନ୍ତ ରେଜିଷ୍ଟ୍ରେସନ ୱିଣ୍ଡୋ ଖୋଲା ରହିବ ବୋଲି କୁହାଯାଇଛି ।ତେବେ ପ୍ରାର୍ଥୀମାନେ ଅକ୍ଟୋବର ୭ ତାରିଖ ସୁଦ୍ଧା ବିଳମ୍ବରେ ଫିସ୍ ଜମା କରି ରେଜିଷ୍ଟ୍ରେସନ କରିବାର ସୁଯୋଗ ପାଇବେ । ଅନ୍ୟପକ୍ଷରେ ଆଇଆଇଟି ରୁରକୀ ପକ୍ଷରୁ ଗେଟ ୨୦୨୫ର ରେଜିଷ୍ଟ୍ରେସନ ତାରିଖ ପରିବର୍ତ୍ତନ କରାଯାଇଥିବା ବେଳେ ପରୀକ୍ଷା ତାରିଖରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ । ଗେଟ ୨୦୨୫ ପରୀକ୍ଷା ଫେବୃଆରୀ ୧-୨ ଓ ୧-୧୬ରେ ହେବା ନେଇ ନିର୍ଦ୍ଧାରିତ କରାଯାଇଛି । ମାର୍ଚ୍ଚ ୧୯ରେ ରେଜଲ୍ଟ ଜାରି କରାଯିବ । ସକାଳ ଓ ଦ୍ୱିପ୍ରହର ସମୟରେ ଦୁଇଟି ଶିଫ୍ଟରେ ଏହି ପରୀକ୍ଷା ହେବ ।