ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ, ଭୁବନେଶ୍ୱର ଆନୁକୂଲ୍ୟରେ ଏକ ଦୁଇଦିନିଆ କ୍ୟାରିୟର୍ ପ୍ରଦର୍ଶନୀ ଭୁବନେଶ୍ୱରସ୍ଥିତ ପିଏଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ନଂ-୩ରେ ଉଦଯାପିତ ହୋଇଯାଇଛି । ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ଅଧ୍ୟକ୍ଷା ପ୍ରଫେସର ମାନସୀ ଗୋସ୍ୱାମୀ ଏହାକୁ ଉଦ୍ଘାଟନ କରି କହିଛନ୍ତି, ‘ଜାତୀୟ ଶିକ୍ଷାନୀତି ୨୦୨୦’ ଆଧାରରେ ଶିକ୍ଷାର ଗୁଣାତ୍ମକ ବିକାଶ ସହ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଦିଗରେ ଏଭଳି ପ୍ରଦର୍ଶନୀ ଦିଗଦର୍ଶନ କରିଥାଏ । ଏହା ସେଚେତନତା ଓ ସକାରାତ୍ମକ କ୍ୟାରିୟର ପାଇଁ ଆଲୋକବର୍ତ୍ତିକା ବୋଲି ସେ କହିଥିଲେ । କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଧାନଶିକ୍ଷକ ଡ. ଏ.କେ. ମିଶ୍ର ସ୍ୱାଗତ ଭାଷଣ ଦେଇଥିଲେ। କେଭିଏସ୍ ଭୁବନେଶ୍ୱର ଅଞ୍ଚଳର ଡେପୁଟି କମିସନର ଡ. ଶିହରଣ ବୋଷ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏକବିଂଶ ଶତାବ୍ଦୀର ବଦଳୁଥିବା କ୍ୟାରିୟରଗୁଡ଼ିକର ଉପରେ ଆଲୋକପାତ କରିଥିଲେ । ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ଶିକ୍ଷା ବିଭାଗମୁଖ୍ୟ ପ୍ରଫେସର ଲକ୍ଷ୍ମୀଧର ବେହେରା ପ୍ରଦର୍ଶନୀ ଆୟୋଜନର ଆବଶ୍ୟକତା ଉପରେ ବିଶଦ ଭାବେ କହିଥିଲେ । ପ୍ରତିଷ୍ଠାନ ପକ୍ଷରୁ ଏହି ଦୁଇଦିନିଆ କାର୍ଯ୍ୟକ୍ରମରେ ଜବାହର ନବୋଦୟ ବିଦ୍ୟାଳୟ, ନୟାଗଡ଼ର ଅଧ୍ୟକ୍ଷା ଶ୍ରୀମତୀ ସନ୍ଧ୍ୟା ମହାନ୍ତି, ଲେଫ୍ଟନାଣ୍ଟ ପ୍ରଫେସର ରଶ୍ମିରେଖା ସେଠୀ, ଡ. ପୁଷ୍ପଲତା ନେଗୀ, ଶ୍ରୀ ବି.ଏନ୍. ଷଡ଼ଙ୍ଗୀ ଓ ଅନ୍ୟ ଶିକ୍ଷକ ବୃନ୍ଦ ଯୋଗ ଦେଇଥିଲେ । ସହକାରୀ ପ୍ରଫେସର ଡ. ଭି. ଶଶିକଳାଙ୍କ ସଂଯୋଜନାରେ ହୋଇଥିବା ଏହି ପ୍ରଦର୍ଶନୀରେ ଭୁବନେଶ୍ୱରର ବିଭିନ୍ନ ବିଦ୍ୟାଳୟର ୧୨ଶହରୁ ଅଧିକ ଛାତ୍ରଛାତ୍ରୀ ଯୋଗ ଦେଇଥିବାବେଳେ ସେମାନଙ୍କୁ ପ୍ରାୟ ୪୫ରୁ ଅଧିକ କ୍ୟାରିୟର ବିଷୟରେ ଅବଗତ କରାଯାଇଥିଲା । ପ୍ରଫେସର ହୃଷୀକେଶ ସେନାପତି ଓ ପ୍ରଫେସର ଶଙ୍କର ପ୍ରସାଦ ମହାନ୍ତିଙ୍କ ସମେତ ବହୁ ଶିକ୍ଷାବିତ୍ ପ୍ରଦର୍ଶନୀ ବୁଲି ଦେଖିବା ସହିତ ବିଦ୍ୟାର୍ଥୀମାନଙ୍କୁ ଉତ୍ସାହିତ କରିଥିଲେ ।
Trending
- ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ପକ୍ଷରୁ କ୍ୟାରିୟର ପ୍ରଦର୍ଶନୀ
- ଘର ଆଟାଚ୍ମେଣ୍ଟ୍ ବିରୁଦ୍ଧରେ ଚ୍ୟାଲେଞ୍ଜ୍ କରିପାରନ୍ତି ଅର୍ଚ୍ଚନା
- ରେଳ ମାନଚିତ୍ରରେ ଯୋଡ଼ି ହେଲା ଆଇଜର
- ଅର୍ଚ୍ଚନା ନାଗଙ୍କ ଘର ଆଟାଚ
- ପୂର୍ବତନ ଛାତ୍ର ବିଜେଡି ସଭାପତି ଦଳ ଛାଡିଲେ, ଆଣିଲେ ସଙ୍ଗୀନ ଅଭିଯୋଗ
- ବିଜେଡିରୁ ନିଲମ୍ବିତ ନୁହେଁ, ବରଂ ମୁଁ ଦଳରୁ ଗତକାଲି ଇସ୍ତଫା ଦେଇଛି- ପ୍ରଫୁଲ୍ଲ ମଲ୍ଲିକ
- ୧୫ତମ ଉପରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କଲେ ସିପି ରାଧାକ୍ରିଷ୍ଣନ୍
- ବିଜେଡିରୁ ନିଲମ୍ବିତ ହେଲେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ
- ନ ଜଣାଇ ରାହୁଲ ବିଦେଶ ପଳାଉଛନ୍ତି – ସିଆରପିଏଫ
- ନିୟୁ ସିଟିକୁ କ୍ୟାବିନେଟ ମୋହର