ପରୀକ୍ଷୀ ପୂର୍ବରୁ ପିଏମ୍ ଦେଲେ ଗୁରୁମନ୍ତ୍ର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’ ୯ମ ସଂସ୍କରଣ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟ ପରିକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ। ପରୀକ୍ଷାର୍ଥୀଙ୍କୁ ପରୀକ୍ଷା ଚାପରୁ ବାହାର କରିବା ଏବଂ ସେମାନଙ୍କୁ ସକାରାତ୍ମକ ବିଚାର ସହ ଆଗକୁ ବଢ଼ିବାକୁ ପରୀକ୍ଷାର୍ଥୀଙ୍କୁ ଟିପ୍ସ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।
ଏହି ଅବସରରେ ସେ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ପୂର୍ବରୁ ଟିପ୍ସ ଦେଇଥିଲେ । କହିଥିଲେ ସମସ୍ତଙ୍କ ଖାଦ୍ୟ ଯେମିତି ଅଲଗା, ପାଠପଢା ଶୈଳୀ ବି ଅଲଗା । ନିଜ ଶୈଳୀରେ ପାଠ ପଢିବାକୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ସେ କହିଛନ୍ତି ପ୍ରଥମେ ନିଜ ଅନୁଭବକୁ ସମ୍ମାନ ଦେଇ ଆଗକୁ ବଢିବାକୁ ଚେଷ୍ଟା କର । ଅର୍ଥାତ୍ ନିଜ ରୁଚି ଅନୁସାରେ କାମ କରିବା ସହ ପାଠପଢାରେ ମନ ଦିଅ । ଏହାସହ ଛାତ୍ରଛାତ୍ରୀଙ୍କୁ ଭଲ ଭାବେ ଗଢିବାକୁ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ପରାମର୍ଶ ବି ଦେଇଛନ୍ତି । ଚାପମୁକ୍ତ ହୋଇ ପରୀକ୍ଷା ଦେବାକୁ ଛାତ୍ରଛାତ୍ରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଟିପ୍ସ ।
ଏଥର ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ଅଲଗା ଅଲଗା ରାଜ୍ୟର ପିଲା । ଖାସ୍ କରି ଗୁଜରାଟ ଦେବମୋଗରା, ତାମିଲନାଡୁ ର କୋଏମ୍ୱାଟୁର୍, ଛତିଶଗଡର ରାୟପୁର, ଆସାମାର ଗୌହାଟୀର ପିଲାମାନେ ଏଥର କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଦିଲ୍ଲୀର ଲୋକ କଲ୍ୟାଣ ମାର୍ଗ ସ୍ଥିତ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନରେ ହୋଇଥିଲା ବହୁ ଚର୍ଚ୍ଚିତ କାର୍ଯ୍ୟକ୍ରମ ।