ଉତ୍କଳ ବିଶ୍ବବିଦ୍ୟାଳୟ ନାକ୍‌ ଗ୍ରେଡ୍ ପୁନଃମୂଲ୍ୟାୟନ

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟ ଗସ୍ତରେ ନ୍ୟାସନାଲ ଆସେସ୍‌ମେଣ୍ଟ ଆଣ୍ଡ ଆକ୍ରିଡେସନ୍‌ କାଉନସିଲ୍‌(ନାକ୍‌)ର ୩ଜଣିଆ ପ୍ରତିନିଧି ଦଳ ଆଜି ଭୁବନେଶ୍ବରରେ ପହଞ୍ଚିଛନ୍ତି। ପୂର୍ବାହ୍ନରେ ପ୍ରତିନିଧି ଦଳ କ୍ୟାମ୍ପସରେ ପହଞ୍ଚିବା ପରେ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସବିତା‌ ଆଚାର୍ଯ୍ୟଙ୍କ ସମେତ ଆଇକ୍ୟୁଏସି ନିର୍ଦ୍ଦେଶକ ରିପୋର୍ଟ ଉପସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି। ସିଣ୍ଡିକେଟ୍‌ ସଦଏହି ପ୍ରତିନିଧି ଦଳ ଆସନ୍ତାକାଲି (ବୁଧବାର) ସକାଳୁ କ୍ୟାମ୍ପସକୁ ଗସ୍ତ କରିବେ। ତିନିଦିନିଆ ଗସ୍ତରେ ଆସିଥିବା ଏହି ପ୍ରତିନିଧିଦଳ ଟିଚିଂ ଲର୍ଣ୍ଣିଂ ଓ ଇଭାଲ୍ୟୁଏସନ୍‌, ଗବେଷଣା, ପରାମର୍ଶ ଓ ସମ୍ପ୍ରସାରଣ, ଭିତ୍ତିଭୂମି, ଷ୍ଟୁଡେଣ୍ଟ ସପୋର୍ଟ ଓ ପ୍ରୋଗ୍ରେସନ୍‌, ଗଭର୍ଣ୍ଣାନ୍ସ, ଲିଡରସିପ୍‌ ଓ ମ୍ୟାନେଜ୍‌ମେଣ୍ଟ, ଇନୋଭେସନ୍‌ ପରି ବିଷୟ ଉପରେ ସମୀକ୍ଷା କରିବେ। ସ୍ୟଙ୍କ ସମେତ ମୋଟ ୨୪ଜଣଙ୍କ ସହ ପ୍ରତିନିଧି ଦଳ ମଧ୍ୟାହ୍ନଭୋଜନ କରିବେ।