ଚାକିରୀ କ୍ଷେତ୍ରରେ ମଣିଷର ସ୍ଥାନ ନେବ ଆର୍ଟିଫିସିଆଲ ଇଣ୍ଟିଲିଜେନ୍ସ
ନୂଆଦିଲ୍ଲୀ : ଚାକିରୀ କ୍ଷେତ୍ରରେ ମଣିଷର ସ୍ଥାନ ନେବ ଆର୍ଟିଫିସିଆଲ ଇଣ୍ଟିଲିଜେନ୍ସ । ଆର୍ଟିଫିସିଆଲ ଇଣ୍ଟିଲିଜେନ୍ସ ବା ଏଆଇକୁ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ଲାଗି ରହିଛିି। ଏଆଇ ଆସିଯିବା ଦ୍ବାରା ଆଗକୁ ଚାକିରୀ କ୍ଷେତ୍ରରେ ଆଉ ମଣିଷ ଆବଶ୍ୟକତା ରହିବ ନାହିଁ । ଏଆଇ କୃଷିଠୁ ମହାକାଶ ଗବେଷଣା ସମସ୍ତ କାର୍ଯ୍ୟ କରିପାରିବ ବୋଲି କୁହାଯାଉଛି । ଏସବୁ ଚର୍ଚ୍ଚା ମଧ୍ୟରେ ଏକ ରିପୋର୍ଟ ସାମ୍ନାକୁ ଆସିଛି।
ଯେଉଁଥିରେ କୁହାଯାଇଛି ଚାକିରୀ କ୍ଷେତ୍ରରେ ମଣିଷର ସ୍ଥାନ ଏଆଇ ନେଇପାରିବ କି ନାହିଁ, କିଛି ସ୍ଥାନ ନେବ । ବିନା ମଣିଷରେ କୈାଣସି ମେସିନ ସବୁ କାମ କରିପାରିବ ନାହିଁ ।
ଏଆଇ ମଣିଷର ସ୍ଥାନ ନେଇପାରିବ କି ନାହିଁ ଓ କମ୍ପ୍ୟୁଟର ଭିଜନ ବ୍ୟବହୃତ ହେଉଥିବା ସଂସ୍ଥାଗୁଡ଼ିଗୁଡ଼ିକରେ ମଣିଷଠୁ କମ ଅର୍ଥରେ ଏଆଇ କାର୍ୟ୍ୟ କରିପାରିବ କି ନାହିଁ ତା ଉପରେ ଏହି ଗବେଷଣା ହୋଇଛି । କମ୍ପ୍ୟୁଟର ଭିଜନ ହେଉଛି ଆର୍ଟିଫଶିଆଲ ଇଣ୍ଟେଲିଜେନ୍ସରନ୍ସ ଏକ ଶାଖା ।
ତେବେ ଗବେଷଣାରୁ ଜଣାପଡିଛି, ଏଆଇ କେବଳ ୨୩ ପ୍ରତିଶତ କର୍ମଚାରୀଙ୍କ ସ୍ଥାନ ନେଇପାରିବ । ସବୁଠୁ ବଡ଼ କଥା ହେଉଛି ଏଆଇର ବ୍ୟବହାର କରିବା ବ୍ୟୟବହୁଳ ।
ଏଆଇ କ୍ଷମତା ସଂପନ୍ନ ମେସିନର ଦାମ ଏତେ ଅଧିକ ଯେ, ଏହି କାର୍ୟ୍ୟକୁ ମଣିଷ କମ ଖର୍ଚ୍ଚରେ କରିପାରିବ ବୋଲି ରିପୋର୍ଟରେ ଦର୍ଶାଯାଇଛି ।