୨୦ ହଜାର କନିଷ୍ଠଙ୍କ ଶିକ୍ଷକଙ୍କ ନିଯୁକ୍ତି ନେଇ ଗତ ମାସ ୧୧ ତାରିଖରେ ଓଡ଼ିଶା ବିଦ୍ୟାଳୟ ଓ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏହାପରେ ସେପ୍ଟେମ୍ବର ୧୩ ତାରିଖରୁ ଅନଲାଇନରେ ଆବେଦନ ଆରମ୍ଭ ହୋଇଥିଲା । ତେବେ ଉକ୍ତ ଆବେଦନର ଅନ୍ତିମ ତାରିଖ ଆସନ୍ତା ୧୦ ପର୍ଯ୍ୟନ୍ତ ରହିଛି । ତେଣୁ ଇଚ୍ଛୁକ ଆଶାୟୀମାନେ ଶୀଘ୍ର ଆବେଦନ କରିନିଅନ୍ତୁ ।ଓସେପା ଏହି ନିଯୁକ୍ତି ପ୍ରକ୍ରିୟା ପରିଚାଳନା କରିବ । ଏନେଇ ଗତ ଅଗଷ୍ଟ ମାସରେ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ପକ୍ଷରୁ ସୁପାରିଶ କରାଯିବା ସହିତ ଗେଜେଟ୍ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଥିଲା । ଆସନ୍ତା ଡିସେମ୍ବର ମାସ ସୁଦ୍ଧା ଏହି ନିଯୁକ୍ତି ପ୍ରକ୍ରିୟା ସମାପ୍ତ କରିବାକୁ ଲକ୍ଷ୍ୟ ରଖାଯାଇଛି । ନିଯୁକ୍ତି ସମ୍ପର୍କିତ ସମସ୍ତ ସୂଚନା ଓସେପା ୱେବସାଇଟରେ ଜାରି କରାଯିବ । ଅନଲାଇନ କମ୍ପ୍ୟୁଟର ବେସଡ ଟେଷ୍ଟ (ସିବିଡି) ମୋଡ଼ରେ ଏହି ନିଯୁକ୍ତି ପରୀକ୍ଷା କରାଯିବ ।ପ୍ରଥମରୁ ପଞ୍ଚମ ଓ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଏପରି ଭାବେ ଦୁଇଟି ବର୍ଗରେ କନିଷ୍ଠ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ । ଜଣେ ନୋଡାଲ ଅଧିକାରୀ ଏହି ଦାୟିତ୍ୱରେ ରହିବେ । ନିଯୁକ୍ତି ପାଇବା ପରେ ଶିକ୍ଷକମାନେ ଜିଲ୍ଲା ପରିଷଦ ଅଧିନରେ ରହିବେ ଓ ବାର୍ଷିକ ଚୁକ୍ତି ସମାପ୍ତ ହେବା ପରେ ସେମାନଙ୍କର ନବୀକରଣ କରାଯିବ । ସେମାନେ ମାସିକ ପାରିଶ୍ରମିକ ପାଇବେ । ତେବେ ଦକ୍ଷତା ନଥିଲେ ଶିକ୍ଷକଙ୍କୁ ୩୦ ଦିନର ନୋଟିସ୍ ଦିଆଯାଇ କାର୍ଯ୍ୟରୁ ଅନ୍ତର କରିଦିଆଯିବ । ସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ଏହି ଦକ୍ଷତା ନିର୍ଦ୍ଧାରଣ କରିବେ ।
Trending
- ସାମୁଦ୍ରିକ ଝଡ଼ ‘ମୋନ୍ଥା’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଜାରି , ରାତି ୧୨ଟା ସୁଦ୍ଧା ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ ହେବ
- ୮ମ ବେତନ କମିଶନକୁ ଅନୁମୋଦନ
- ଜିରୋ କାଜୁଆଲିଟି ସରକାରଙ୍କ ଲକ୍ଷ୍ୟ , ପ୍ରଥମ ଓ ଦ୍ୱିତୀୟ ଦିନରେ ୫ଟି ଜିଲ୍ଲା ପ୍ରଭାବିତ ହେବ – ମୁଖ୍ୟମନ୍ତ୍ରୀ
- ଭୟ ନକରି ସତର୍କ ରୁହନ୍ତୁ, ଆମେ ଏକାଠି ବାତ୍ୟାର ମୁକାବିଲା କରିବା – ନବୀନ
- ଛଠ ପୂଜା କାର୍ଯ୍ୟକ୍ରମରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ବର୍ତ୍ତମାନ ମୋନ୍ଥା ଗୋପାଳପୁର ଠାରୁ ୫୫୦ କିଲୋମିଟର ଦକ୍ଷିଣ ଦକ୍ଷିଣ-ପଶ୍ଚିମ ଦିଗରେ ରହିଛି
- ବାତ୍ୟା ପାଇଁ ଖୋର୍ଦ୍ଧା ଜିଲାରେ ୨ ଦିନ ସ୍କୁଲ ଛୁଟି ଘୋଷଣା
- ସମ୍ଭାବ୍ୟ ବାତ୍ୟା ‘ମୋନ୍ଥା’ ପାଇଁ ୮ ଜିଲାରେ ସ୍କୁଲ ଛୁଟି ଘୋଷଣା
- ବାତ୍ୟାର ପ୍ରଭାବ ଦାରିଙ୍ଗବାଡ଼ିରେ ଦେଖିବାକୁ ମିଳିଛି, ମଧ୍ୟାହ୍ନରୁ ବର୍ଷା, ପବନ ଲାଗିରହିଛି
- ସରକାର ଗଢ଼ିବା ପାଇଁ ଭୋଟରଙ୍କୁ ପ୍ରତିଦିନ ଲୋଭ ଦେଖାଉଛନ୍ତି ତେଜସ୍ବୀ
Prev Post
Next Post