ସ୍କୁଲରେ ଝୁଲୁଛି ତାଲା

ଖେଳି ବୁଲି ଘରକୁ ଚାଲିଯାଉଛନ୍ତି ପିଲା

ସ୍କୁଲ ଗେଟରେ ଝୁଲୁଛି ତାଲା । ପିଲା ଆସୁଛନ୍ତି ହେଲେ ସ୍କୁଲ ଗେଟରେ ତାଲା ପଡିଥିବାର ଦେଖି ଘରକୁ ଫେରୁଛନ୍ତି । ଏ ହେଉଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ବିଭିନ୍ନ ସ୍କୁଲର ଦୃଶ୍ୟ। ପ୍ରାଥମିକ ଶିକ୍ଷକ ସଂଘର ତିନି ଦଫା ଦାବି ନେଇ ଶିକ୍ଷକ,ଶିକ୍ଷୟତ୍ରୀମାନେ ଗଣଧାରଣା ଦେଇଛନ୍ତି । ଯାହା ଫଳରେ ଗାଁ ଗାଁରେ ଥିବା ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲ ମାନଙ୍କରେ ଝୁଲୁଛି ତାଲା । ଏହାର ପ୍ରଭାବ ସିଧାସଳଖ ପଡିବାରେ ଲାଗିଛି ଛାତ୍ର ଛାତ୍ରୀଙ୍କ ଉପରେ ।ତିନି ଦିନ ହେଲା ଛାତ୍ରଛାତ୍ରୀ ମାନେ ସ୍କୁଲ ଆସୁଛନ୍ତି ହେଲେ ସ୍କୁଲ ଗେଟରେ ତାଲା ଝୁଲୁଥୁବାରୁ ପାଠ ପଢିନପାରି ଘରକୁ ଫେରୁଛନ୍ତି । ସ୍କୁଲ ଖୋଲାନହେବାରୁ ପିଲାମାନେ ଗାଁରେ ବୁଲି ଦିନ କଟାଉଛନ୍ତି ବୋଲି କହିଛନ୍ତି ଛାତ୍ରଛାତ୍ରୀ । ଅନ୍ୟପଟେ ଶିକ୍ଷକଙ୍କ ଆନ୍ଦୋଳନ ଯୋଗୁ ପିଲା ମାନଙ୍କ ପାଠ ପଢା ଠପ୍ ହୋଇଥିବାରୁ ଅଭିଭାବକ ମାନେ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି ।