ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ ରଖିବା ପାଇଁ ନିଦ୍ଦେଶ ଦିଆଯାଇଛି । ଉଚ୍ଚଶିକ୍ଷା ବିଭାଗ ଅଧୀନସ୍ଥ ସମସ୍ତ ଶିକ୍ଷାନୁଷ୍ଠାନକୁ ସୋମବାର ଦିନ ପାଇଁ ଛୁଟି ଭାବରେ ଘୋଷଣା କରିଛନ୍ତି ରାଜ୍ୟ ସରକାର । ରଥଯାତ୍ରା ପାଇଁ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ଏହି ଦିନ ବନ୍ଦ ରହିବ । ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ୮ ତାରିଖକୁ ଛୁଟି ଭାବରେ ରାଜ୍ୟ ସରକାର ଘୋଷଣା କରିଛନ୍ତି । ଏହାପୂର୍ବରୁ ରଥଯାତ୍ରା ପାଇଁ ଆସନ୍ତା ୮ ତାରିଖରେ ବ୍ୟାଙ୍କ ଓ କୋର୍ଟ ଛୁଟି ଘୋଷଣା କରିଥିଲେ ରାଜ୍ୟ ସରକାର । ଏହି ଦିନ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗୀୟ କାର୍ୟ୍ୟାଳୟ ବନ୍ଦ ରହିବ । ଏହା ସହ ରାଜସ୍ୱ ଓ ମାଜିଷ୍ଟ୍ରେଟଙ୍କ କୋର୍ଟ ବି ବନ୍ଦ ରହିବ । ରାଜ୍ୟରେ ସମସ୍ତ ବ୍ୟାଙ୍କ ମଧ୍ୟ ବନ୍ଦ ରହିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।
Trending
- ନିମିଷା ପ୍ରିୟାଙ୍କ ମୃତ୍ୟୁଦଣ୍ଡ ବାତିଲ୍
- ଆଜି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ଖସାପଡ଼ା ନୀତି , ୪ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ
- ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପରିଚୟପତ୍ର ବଦଳିବ
- ଶ୍ରାବଣ ମାସର ତୃତୀୟ ସୋମବାର
- ବଢ଼ିବ ଚାଷୀ ପଞ୍ଜୀକରଣ ସମୟସୀମା
- ପହିଲାରୁ ନୂଆ ନିୟମ ,ମାସିକ ବଜେଟକୁ କରିବ ପ୍ରଭାବିତ
- ମନ କି ବାତରେ ଓଡ଼ିଶା କଥା
- ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ଘଟଣାରେ ଫେରାର ଥିବା ବିଜେଡି କର୍ପୋରେଟର ଅମରେଶ ଜେନା ନୀଳଗିରିରୁ ଗିରଫ
- ଆଜି କାର୍ଗିଲ ବିଜୟ ଦିବସ
- ୧୦ ସରପଞ୍ଚ ବିଜେପିରେ ମିଶିଲେ
Prev Post
Next Post