ଶୀଘ୍ର କରନ୍ତୁ ଆବେଦନ
ଯେଉଁ ପ୍ରାର୍ଥୀମାନେ CAT ୨୦୨୪ ପରୀକ୍ଷା ପାଇଁ କୌଣସି କାରଣ ପାଇଁ ଅବେଦନ କରିପାରିନଥିଲେ ସେମାନେ ଏହାର ସୁଯୋଗ ଉଠାଇପାରିବେ ।ଆବେଦନ କରିବା ପାଇଁ ପ୍ରାର୍ଥୀ ଜଣଙ୍କ କୌଣସି ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସର୍ବନିମ୍ନ ୫୦% ମାର୍କ ସହ ସ୍ନାତକ ଡିଗ୍ରୀ ହାସଲ କରିଥିବେ । ତେବେ ସଂରକ୍ଷିତ ଶ୍ରେଣୀ ଏବଂ ପିଏଚ୍ କ୍ୟାଟେଗୋରୀ ପାଇଁ ଏହା ୪୫% ରହିଛି । ଆସନ୍ତା ନଭେମ୍ବର ୨୪ରେ ଦେଶର ୧୭୦ଟି ସହର ବିଭିନ୍ନ କେନ୍ଦ୍ରରେ ଏହି ପରୀକ୍ଷା ଅନୁଷ୍ଠିତ ହେବ । ଏମବିଏ ପାଠ୍ୟକ୍ରମ ପାଇଁ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀମାନେ ମଧ୍ୟ CAT ୨୦୨୪ ପରୀକ୍ଷା ପାଇଁ ଯୋଗ୍ୟ ଅଟନ୍ତି ।CAT ୨୦୨୪ ପରୀକ୍ଷା ପାଇଁ ଆବେଦନ ଶୁଳ୍କରେ ବୃଦ୍ଧି କରାଯାଇଛି । ସାଧାରଣ ବର୍ଗର ପ୍ରାର୍ଥୀଙ୍କ ପାଇଁ ୨୫୦୦ ଟଙ୍କା ଧାର୍ଯ୍ୟ କରାଯାଇଛି ଯାହା ପୂର୍ବରୁ ୨୪୦୦ ଟଙ୍କା ଥିଲା । ସେହିପରି ସଂରକ୍ଷିତ ବର୍ଗ ଏବଂ ପିଏଚ୍ ବର୍ଗଙ୍କ ପାଇଁ୧୨୦୦ ଟଙ୍କାରୁ ୧୨୫୦କୁ ବୃଦ୍ଧି କରାଯାଇଛି । ବିନା ଆବେଦନ ଶୁଳ୍କ ପୈଠରେ ଆପ୍ଲିକେସନ୍ ଅସମ୍ପୂର୍ଣ୍ଣ ବିବେଚିତ କରାଯିବ ।