ଶିକ୍ଷା ପାଇଁ ସରକାର ବିଭିନ୍ନ ପ୍ରକାର ଯୋଜନା ଆରମ୍ଭ କରୁଛନ୍ତି । ତେବେ ଅନେକ ସ୍ଥାନରେ ଦେଖାଯାଇଥାଏ ଯେ ଅର୍ଥ ଅଭାବରୁ ପରିବାରରେ ଝିଅମାନଙ୍କର ଶିକ୍ଷା କଷ୍ଟକର ହୋଇପଡେ । ଉଚ୍ଚ ବିଦ୍ୟାଳୟ ପରେ ଅନେକ ଛାତ୍ରୀ ଅଧାରୁ ପାଠ ଛାଡ଼ିଥାନ୍ତି । କିନ୍ତୁ ବର୍ତ୍ତମାନ ଏଥିରେ ଏକ ପରିବର୍ତ୍ତନ ଦେଖିବାକୁ ମିଳିଛି ।ହରିୟାଣା ସରକାର ପରିବାରର ଆୟ ୧,୮୦,୦୦୦ ରୁ କମ ଥିବା ମହିଳା ଛାତ୍ରମାନଙ୍କୁ କଲେଜରେ ମାଗଣା ଶିକ୍ଷାଦାନ ପାଇଁ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଏହାର ଘୋଷଣା କରିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ ବାଳିକାମାନଙ୍କ ପାଇଁ ସରକାର କଲେଜ ଶିକ୍ଷା ପାଇଁ ଅଧା ଶୁଳ୍କ ପୈଠ କରିବେ ।ତେବେ ଏହି ନିୟମ ସରକାରୀ ତଥା ବେସରକାରୀ କଲେଜରେ ପଢ଼ୁଥିବା ସମସ୍ତ ଛାତ୍ରୀଙ୍କ ପାଇଁ ପ୍ରଯୁଜ୍ୟ ହେବ ବୋଲି ସରକାର କହିଛନ୍ତି। ‘ଏକ୍ସ’ମୁଖ୍ୟମନ୍ତ୍ରୀ କହିଛନ୍ତି, “ଆଜି ମୁଁ ହରିୟାଣାର ସେହି ପରିବାରର ଝିଅମାନଙ୍କ ପାଇଁ ମାଗଣା ଶିକ୍ଷା ଘୋଷଣା କରୁଛି ଯାହାର ବାର୍ଷିକ ଆୟ ୧,୮୦,୦୦୦ ଟଙ୍କା ପର୍ୟ୍ୟନ୍ତ ରହିଛି। ଏହି ଘୋଷଣା ସମସ୍ତ ବେସରକାରୀ ଏବଂ ସରକାରୀ କଲେଜ ପାଇଁ ପ୍ରଯୁଜ୍ୟ ହେବ । ସେମାନଙ୍କର ଯାହା ଖର୍ଚ୍ଚ ହେବ ତାହା ସରକାର ବହନ କରିବେ ।
Trending
- ସାମୁଦ୍ରିକ ଝଡ଼ ‘ମନ୍ଥା’ : ଓଡ଼ିଶା ପାଇଁ ଟଳିଗଲା ବିପଦ
- ସାମୁଦ୍ରିକ ଝଡ଼ ‘ମୋନ୍ଥା’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଜାରି , ରାତି ୧୨ଟା ସୁଦ୍ଧା ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ ହେବ
- ୮ମ ବେତନ କମିଶନକୁ ଅନୁମୋଦନ
- ଜିରୋ କାଜୁଆଲିଟି ସରକାରଙ୍କ ଲକ୍ଷ୍ୟ , ପ୍ରଥମ ଓ ଦ୍ୱିତୀୟ ଦିନରେ ୫ଟି ଜିଲ୍ଲା ପ୍ରଭାବିତ ହେବ – ମୁଖ୍ୟମନ୍ତ୍ରୀ
- ଭୟ ନକରି ସତର୍କ ରୁହନ୍ତୁ, ଆମେ ଏକାଠି ବାତ୍ୟାର ମୁକାବିଲା କରିବା – ନବୀନ
- ଛଠ ପୂଜା କାର୍ଯ୍ୟକ୍ରମରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ବର୍ତ୍ତମାନ ମୋନ୍ଥା ଗୋପାଳପୁର ଠାରୁ ୫୫୦ କିଲୋମିଟର ଦକ୍ଷିଣ ଦକ୍ଷିଣ-ପଶ୍ଚିମ ଦିଗରେ ରହିଛି
- ବାତ୍ୟା ପାଇଁ ଖୋର୍ଦ୍ଧା ଜିଲାରେ ୨ ଦିନ ସ୍କୁଲ ଛୁଟି ଘୋଷଣା
- ସମ୍ଭାବ୍ୟ ବାତ୍ୟା ‘ମୋନ୍ଥା’ ପାଇଁ ୮ ଜିଲାରେ ସ୍କୁଲ ଛୁଟି ଘୋଷଣା
- ବାତ୍ୟାର ପ୍ରଭାବ ଦାରିଙ୍ଗବାଡ଼ିରେ ଦେଖିବାକୁ ମିଳିଛି, ମଧ୍ୟାହ୍ନରୁ ବର୍ଷା, ପବନ ଲାଗିରହିଛି
Prev Post
Next Post