କର୍ମଚାରୀ ଚୟନ ଆୟୋଗ ଅର୍ଥାତ୍ SSC ପକ୍ଷରୁ ଗ୍ରେଡ୍ ସି’ ଷ୍ଟେନୋଗ୍ରାଫର ପଦବୀ ଲାଗି ଆବେଦନ କରିବାର ସମୟସୀମାକୁ ବୃଦ୍ଧି କରାଯାଇଛି । ଏହି ପଦବୀରେ ନିଯୁକ୍ତି ଲାଗି ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଯେଉଁମାନେ ଏଥିପାଇଁ ଆବେଦନ କରିନାହାନ୍ତି ସେମାନେ ଅଫିସିଆଲ ୱେବସାଇଟ୍ ssc.nic.in କୁ ଯାଇ ଆବେଦନ କରିପାରିବେ ।ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ ଏହି ନିଯୁକ୍ତି ଲାଗି ଆବେଦନ କରିବାର ଶେଷ ତାରିଖ ୨୧ ଅକ୍ଟୋବର ୨୦୨୩କୁ ବୃଦ୍ଧି କରାଯାଇଛି । ଏହି ପରୀକ୍ଷା ସିବିଟି ମୋଡ୍ରେ ଆୟୋଜିତ ହେବ । ପରୀକ୍ଷା ଫେବୃୟାରୀ-ମାର୍ଚ୍ଚ ୨୦୨୪ରେ ଆୟୋଜିତ ହେବ ।ଖାଲିଥିବା ପଦ: ୨୦୨୦ ବର୍ଷ ଲାଗି ୧୨୭,୨୦୨୧ବର୍ଷ ଲାଗି ୧୩୪ ଏବଂ ୨୦୨୨ ଲାଗି ୩୬ ।ପ୍ରାର୍ଥୀ ଅନଲାଇନ୍ ଆବେଦନ ପତ୍ର ଭରିବା ପରେ ସମସ୍ତ ଆବଶ୍ୟକୀୟ ଡକ୍ୟୁମେଣ୍ଟ ସହିତ ଅଫିସିଆଲ ୱେସାଇଟରେ ଦିଆଯାଇଥିବା ଠିକଣାରେ ଏହା ପଠାଇବେ । ତେବେ ଆବେଦନ କରିବା ପୂର୍ବରୁ ପ୍ରାର୍ଥୀ ଅଫିସିଆଲ ବିଜ୍ଞପ୍ତିକୁ ଭଲ ଭାବରେ ପଢିନେବା ଉଚିତ ।
Trending
- ମୋଦୀଙ୍କୁ ଭୋଟ ଚୋର କହିଲେ ରାହୁଲ
- ପ୍ରଥମ ରାଷ୍ଟ୍ରପତି ଭାବେ ରାଫେଲରୁ ଉଡାଣ ଭରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁମୁଁ
- ୧୯୯୯ ମହାବାତ୍ୟାକୁ ପୂରିଲା ୨୬ ବର୍ଷ
- ସାମୁଦ୍ରିକ ଝଡ଼ ‘ମନ୍ଥା’ : ଓଡ଼ିଶା ପାଇଁ ଟଳିଗଲା ବିପଦ
- ସାମୁଦ୍ରିକ ଝଡ଼ ‘ମୋନ୍ଥା’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଜାରି , ରାତି ୧୨ଟା ସୁଦ୍ଧା ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ ହେବ
- ୮ମ ବେତନ କମିଶନକୁ ଅନୁମୋଦନ
- ଜିରୋ କାଜୁଆଲିଟି ସରକାରଙ୍କ ଲକ୍ଷ୍ୟ , ପ୍ରଥମ ଓ ଦ୍ୱିତୀୟ ଦିନରେ ୫ଟି ଜିଲ୍ଲା ପ୍ରଭାବିତ ହେବ – ମୁଖ୍ୟମନ୍ତ୍ରୀ
- ଭୟ ନକରି ସତର୍କ ରୁହନ୍ତୁ, ଆମେ ଏକାଠି ବାତ୍ୟାର ମୁକାବିଲା କରିବା – ନବୀନ
- ଛଠ ପୂଜା କାର୍ଯ୍ୟକ୍ରମରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ବର୍ତ୍ତମାନ ମୋନ୍ଥା ଗୋପାଳପୁର ଠାରୁ ୫୫୦ କିଲୋମିଟର ଦକ୍ଷିଣ ଦକ୍ଷିଣ-ପଶ୍ଚିମ ଦିଗରେ ରହିଛି
Prev Post
Next Post